ଭୁବନେଶ୍ୱର, ୭.୬(ନି.ପ୍ର.): ଆସନ୍ତା ୮ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଫଳରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ୬ଟି ଜିଲ୍ଲାରେ ୮ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ୧୦ରୁ ୧୨ ତରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରର ନିଦେ୍ର୍ଧଶକ ଏଚ୍ଆର୍ ବିଶ୍ୱାସଙ ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତର ଆଣ୍ଡମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ୨ ଦିନ ମଧ୍ୟରେ ପୂର୍ବରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ଓଡ଼ିଶାକୁ ମୌସୁମୀର ଆଗମନ ନେଇ ଅନୁକୂଳ ପରିବେଶ ସୃଷ୍ଟି କରିବ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେବ । କିନ୍ତୁ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ।ଏ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଓଡ଼ିଶାକୁ ୧୦ରେ ନୁହେଁ ୧୨ ତରିଖରେ ମୌସୁମୀ ପ୍ରବେଶ କରିବ । ଶ୍ରୀ ପଶୁପାଳକଙ୍କ୍ ସୂଚନା ଅନୁଯାୟୀ, ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଦ୍ୱାରା ରାଜ୍ୟରେ ବର୍ଷା ହେବ । ଆକଳନ କରାଯାଉଛି ଯେ, ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ୧୧ ତାରିଖ ରାତିରେ ସଡ଼ିଶାର ଉପକୂଳରେ ରହିବ । ୧୦ ଓ ୧୧ ତାରିଖ ପୁରୀର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲ୍କାରୁ ସ୍ୱଳ୍ପ ବର୍ଷା ହେବ । ୧୧ ତାରିଖ ରାତିଠାରୁ ଖୋର୍ଦ୍ଧାରୁ ଭଦ୍ରକ ପର୍ଯ୍ୟନ୍ତ ବର୍ଷା ହେବ । ୧୨ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଂଧିକାଶ ସ୍ଥାନରେ ବର୍ଷା ହେବ ଓ ୧୩ ତାରିଖ ବେଳକୁ ଗୁଜୁରାଟ ଓ ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ସେଥି ଯୋଗୁ ଆକଳନ କରାଯାଉଛି ଯେ ବଙ୍ଗୋପସାଗରର ସମ୍ଭାବ୍ୟ ଘୂର୍ଣ୍ଣବଳୟଟି ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ । ଫଳରେ ୧୨ରୁ ୧୫ ଭିତରେ ପ୍ରତ୍ୟେକ ଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ସମୁଦାୟ ବର୍ଷା ହାରାହାରି ୫୫ ମିମି ଭିତରେ ରହିବ । ତେବେ ଏହି ସମୟ ଭିତରେ ପାଗ ମେଘୁଆ ରହିବ ଓ ୧୨ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ଛୁଇଁବ । ୧୮ ରୁ ୨୧ ତାରିଖ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।