ତିନି ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

ଝରିଗାଁ : ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଚେପେଟି ଆମ୍ବା ଅଙ୍ଗନୱାଡ଼ି କେନ୍ଦ୍ର। ବ୍ଲକ ସଦର ଝରିଗାଁ ଠାରୁ ୩୫ କି.ମି ଦୂରରେ ରହିଛି ସୀମାନ୍ତ ପଞ୍ଚାୟତ ବଡ଼ ଟେମେରା ଅନ୍ତର୍ଗତ ଚେପେଟି ଆମ୍ବା ଗାଁ। ୫୦ ଜଣ ଶିଶୁ ପ୍ରାକ ଶିକ୍ଷା ନେଉଛନ୍ତି ବିପଦସଂକୁଳ ଭଙ୍ଗା ଦଦରା ସ୍କୁଲ ଗୃହରେ। ତିନି ବର୍ଷ ହେବ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ରହିଛି ନିର୍ମାଣଧିନ ଅବସ୍ଥାରେ। ତିନି ବର୍ଷ ମଧ୍ୟରେ ଛାତ ଲେବେଲ ପର୍ଯ୍ୟନ୍ତ କାନ୍ଥ ଉଠିଛି।  ଛାତ ଢ଼ଳେଇ ପାଇଁ ସେଣ୍ଟରିଂ ଚାଲିଥିଲା। ହେଲେ କେଉଁ କାରଣ ପାଇଁ କାର୍ଯ୍ୟ ବନ୍ଦ ରହିଛି ଏବଂ ସେଣ୍ଟରୀଙ୍ଗ କାଠ ସବୁ କାଢି ନିଆଗଲା ତାହା ଗ୍ରାମବାସୀ ଜାଣିପାରୁ ନାହାନ୍ତି। ଭଙ୍ଗା ଦଦରା ପୁରୁଣା ସ୍କୁଲ ଘରେ ପରିଚାଳିତ ହେଉଛି ପ୍ରାକ ଶିକ୍ଷା। ବର୍ଷା ହେଲେ ଫଟା ଆଜବୱେଷ୍ଟ ଛାତ ରୁ ଗଲୁଛି ବର୍ଷା ପାଣି। ସିମେଣ୍ଟ ଚଟାଣ ନଷ୍ଟ ହୋଇ ଛୋଟ ବଡ଼ ଗାତ ସୃଷ୍ଟି ହୋଇଛି। ବର୍ଷାରେ କାଦୁଅ ପଚ ପଚ ଚଟାଣରେ ବସିବାକୁ ପଡୁଛି ପିଲାମାନଙ୍କୁ। ମୂଷା ଗାତ ଭିତରେ ପୋକ ଜୋକଙ୍କୁ  ଦେଖିବାକୁ ମିଳୁଛି। ଅଙ୍ଗନୱାଡ଼ି କେନ୍ଦ୍ରର ଏପରି ଅବସ୍ଥା ଲାଗି ପ୍ରଶାସନ ତଥା ଶିଶୁ ବିକାଶ ପ୍ରକଳ୍ପର ଦୃଷ୍ଟି ଗୋଚର ରହିଥିଲେ ସୁଧା ଅଧାପନ୍ତରିଆ ଅଙ୍ଗନୱାଡ଼ି କେନ୍ଦ୍ରର ସମ୍ପୂର୍ଣ ନିର୍ମାଣ ତିନି ବର୍ଷରୁ ଉର୍ଦ୍ଧ ହେବ ହୋଇପାରି ନାହିଁ। ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ମରାମତି ଏବଂ ନୂଆଁ କୋଠା ନିର୍ମାଣ ନିମନ୍ତେ ପଞ୍ଚାୟତ ପ୍ରଶାସନକୁ ଆର୍ଥିକ ବ୍ୟୟ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ମାଣ ସମ୍ପୂର୍ଣ ହୋଇପାରି ନାହିଁ।  ଚେପଟି ଆମ୍ବା ଗ୍ରାମର ଡୁମା ଦେଇ ସାହିରେ ରହିଛି ଏହି ଅସମ୍ପୂର୍ଣ୍ଣ ପ୍ରାକ୍ ଶିକ୍ଷା କେନ୍ଦ୍ର। ଏହି ସାହିରେ ରହୁଛନ୍ତି ୪୮ ପରିବାର ଏବଂ ଏହି ସାହିରେ ରହୁଥିବା  ୪୮ରୁ ଉର୍ଦ୍ଧ ଶିଶୁ ନିର୍ଭର କରୁଛନ୍ତି ଏହି ଅଙ୍ଗନୱାଡ଼ି କେନ୍ଦ୍ର ଉପରେ। ଅତି ଶୀଘ୍ର ଏହି ଅଧା ନିର୍ମାଣ କୋଠାକୁ ସମ୍ପୂର୍ଣ କରିବାକୁ ସ୍ଥାନୀୟ ବାସିନ୍ଦା,ଅବିଭାବକ ଏବଂ ୱାର୍ଡ ମେମ୍ବର ଦାବି କରିଛନ୍ତି। ଏକାଧିକଥର ଅଙ୍ଗନୱାଡ଼ି କେନ୍ଦ୍ର ପ୍ରସଙ୍ଗକୁ ନେଇ ଗ୍ରାମବାସୀ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଜଣାଇଥିବା କହିଛନ୍ତି ୱାର୍ଡ ମେମ୍ବର ୨  ୱାର୍ଡ ମେମ୍ବର ମନବୋଧ ଜାନୀ,ଗୋବିନ୍ଦ ଜାନୀ ଓ ଗାଁ ଲୋକ  ମଧ୍ୟରେ ଧୋବା ଜାନୀ, ମନଦର୍ ପୂଜାରୀ,ଘାସିରାମ ହରିଜନ, ସିନ୍ଧୁ ଜାନୀ,ଲଖମୁ ଜାନୀ, କମଲୁ ଜାନୀ,ଦୁର୍ଗା ପୂଜାରୀ,ଦେଇ ଜାନୀ, ରମେଶ ହରିଜନ, ମହିଳା ମଧ୍ୟରେ ପ୍ରମିଳା ଜାନୀ,ଲଳିତା ଜାନୀ, ଘାଷିନି ଜାନୀ, ଟୋବା ଜାନୀ,ଜେମା ପୂଜାରୀ, ମୂଳା ପୂଜାରୀ, କମଳା ଜାନୀ,ପ୍ରମୁଖ। ହେଲେ କିଛି ସୁଫଳ ମିଳିପାରିନାହିଁ ।

Leave A Reply

Your email address will not be published.

12 − 4 =