ଜଗତସିଂହପୁର: ତିର୍ତୋଲ ଉପନିର୍ବାଚନ ପାଇଁ ୩୭୩ ବୁର୍ଥରେ ୨୧୭ ଗୋଟି ଭୋଟଗ୍ରହଣ କେନ୍ଦ୍ର କରାଯାଇଛି । ପୂର୍ବବର୍ଷ ତୁଳନାରେ ଏଥର ଅଧିକ ୧୦୮ ବୁଥ୍ ହୋଇଥିଲା ବେଳେ ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨୩୯୧,୫୩ ରହିଛି ସେଥିରୁ ମହିଳା ଭୋଟରଙ୍କ ସଂଖ୍ୟା ୧୧୪୯୫୬ ପ୍ରଥମ ରାଉଣ୍ଡ ପୋଲିଂ ଅଫିରତାଲିମ ପାଇଁ ୧୦୨୬ ଜଣଙ୍କୁ ବଛାଯାଇଛି । ମୋଟ ୯ ଜଣ ପ୍ରାର୍ଥୀ ମଇଦାନରେ ଥିଲା ବେଳେ ତନ୍ମଧ୍ୟରୁ ସିପିଆଇ ପ୍ରର୍ଥୀ ବିଜୟ କୁମାର ଭୋଇ, କଂଗ୍ରେସ ପାଥୀ ହିମାଂଶୁ ଭୁଷଣ ମଲ୍ଲିକ, ବିଜେପି ପାର୍ଥୀ ରାଜକିଶୋର ବେହେରା ଓ ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସ ଥିଲା ବେଳେ ଅନ୍ୟ ୬ ଜଣ ସ୍ୱାଧିନ ପାର୍ଥୀ ରହିଛନ୍ତି । ପ୍ରର୍ଥୀମାନେ ୧୬ଟି ଜାଗାରେ ନିର୍ବାଚନ ସଭାକରିପାରିବେ ସେଥିଲାଗି ବିଭିନ୍ନ ପଡିଆ ସ୍ଥିର କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ ରଞ୍ଜନ ମିଶ୍ର ଏକ ସାମ୍ବାଦିକ ସମିଳନିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବୋଟର ମାନେ ସମସ୍ତ କୋଭିଡ ନିୟମ ମାନିବାକୁ ମାଧି ପଜେଟି ଥିବା ଭୋଟରମାନେ ଭୋଟ ଦାନର ଶେସ ଏକ ଘଂଟାରେ ମତଦାନ କରିବେ ନଭେମ୍ବର ୩ ସଖାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତି ଭୋଟ ଦେଇ ହେବ । ସଭାପାଇଁ ସ୍ଥରକାରାଯାଇଥିବା ପଡିଆ ଗୁଡ଼ିକ ହେଲା ବିରିଡି ବ୍ଲକ ନିମନ୍ତେ ହାଜିପୁର ଧ୍ୟାନକୁଦ ପୀଠ ପଡିଆ, ମଙ୍ଗଲିର ମିନି ଖେଳ ପଡିଆ, ତିତୋଲ ବ୍ଲକର ବଡ଼ଜିଙ୍ଗଲର ଶଙ୍ଖେସ୍ୱରହଟ ପଡ଼ିଆ, ତେନ୍ତୁଲିପଦାର କାଳିପଡ଼ିଆ ଶାରଳା ରୋଡ଼, ଅରୋଡେ଼ଇର ବୋଲେରୋ ମେଳଣ ପଡିଆ, ସାନରାର କୋଠି ପଡିଆ, ଗୋପିଆକୁଦର ବାଲିଯାତ୍ରା ପଡ଼ିଆ, ଧୁସଲର କଟରା ମେଡ଼ିକାଲ ପଡ଼ିଆ, କେଉଲ ପଡ଼ିଆ, ମତଗଜପୁର ବାଳବିହାରୀ ସ୍କୁଲ ପଡ଼ିଆ, କନିମୂଳର ବାୟାଅବଧୂତ୍ ସ୍କୁଲ ପଡ଼ିଆ, ସେହିପରି ରଘୁନାଥପୁର ବ୍ଲକର ଅଜୋଧ୍ୟାପୁର ଅଜୋଧ୍ୟାପୁର ଦଶହରା ପଡ଼ିଆ ଅରଙ୍ଗ ଗୁଆଳିପୁର କୂଳସାହି ପଡ଼ିଆ, ଜଇପୁର ଛପଡ଼ାର ବାଲିଘାଟ ପଡ଼ିଆ, ହାଟଗ୍ରାମ ରେଢ଼ୁଆର ମେଡିକାଲ ପଡ଼ିଆ, ତରିକୁଦର ତରିକୁଦ ଉଚ୍ଚ ବିଦ୍ୟାଳୟ ପଡ଼ିଆ ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ତାଙ୍କର ନିର୍ବାଚନ ସଭା ୧୦୦ଜଣ କର୍ମଙ୍କୁ ନେଇ କରିପାରିବେ । ଏଥିପାଇଁ ୫ ଗୋଟିଏ ଗାଡ଼ି ବ୍ୟବହାର କରାଯାଇପାରି । ନିର୍ବାଚନ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନଙ୍କୁ ସାଧାରଣ ଲୋକେ ତାଙ୍କର ଅଭିଯୋଗ ଜଣାଇପାରିବେ । ଏଥି ନିମନ୍ତେ ନିଜ ମୋବାଇଲ ମାଧ୍ୟମରେ ସି ଭିଜିଲ ସିଟିଜେନ୍ ଅପ୍ ଦ୍ୱାରା ଯେ କୌଣସି ସମ୍ବେଦନଶୀଳ ଭିଡିଓଚିତ୍ର ପ୍ରେରଣ କରିପାରିବେ ।