ଭୁୁବନେଶ୍ୱର: ନିୟୁ ଏଜି କଲୋନୀ ରେସିଡେ଼ନ୍ସି କମିଟି ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ନିୟୁ ଏଜି କଲୋନି ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର-ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କିହଲେ ଯେ, କରୋନା ମହାମାରୀ ସମୟରେ ବଞ୍ଚୀବାକୁ ହେଲେ ଗଛଟିଏ ଲଗାନ୍ତୁ । ଅମ୍ଲଜାନ ହିଁ ଏକମାତ୍ର ବିକଳ୍ପ ।
ତେଣୁ ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ଆବଶ୍ୟକ । ସମ୍ମାନିତ ଅତିଥି ଭାବେ ବିରଞ୍ଚୀ ନାରାୟଣ ମହାସୁପକାର,ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ଅକ୍ଷୟ ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରତ୍ୟେକ ମଣିଷ ଅନ୍ୟୂନ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାର ଯତ୍ନ ନେବା ଏବଂ ଅନ୍ୟମାନଙ୍କୁ ଗଛ ଲଗାଇବାକୁ ଆହ୍ୱାନ ଦେବାକୁ ସେ ନିବେଦନ କରିଥିଲେ ।