ଢେଙ୍କାନାଳ: ବର୍ଦ୍ଧିତ ତୈଳଦର, ରନ୍ଧନ ଗ୍ୟାସ୍ ଏବଂ ନିତ୍ୟାନ୍ତ ବୃବହୃତ ଅତ୍ୟାବଶ୍ୟକ ପଦାର୍ଥ ଦର୍ଦାମ୍ ବୃଦ୍ଧିକୁ ବିରୋଧ କରି ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଓ ରାଜ୍ୟ ଛାତ୍ର କଂଗ୍ରେସ୍ ସଭାପତି ସୟଦ୍ ୟାସିର୍ ନୱାଜଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ଯୁବ ଓ ଛାତ୍ର କଂଗ୍ରେସ୍ ପକ୍ଷରୁ ଢେଙ୍କାନାଳ ସହର ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଜୋରଦାର୍ ଗର୍ଜନ ଓ କମ୍ପନ କରିବା ସହ ସରକାର ବର୍ଦ୍ଧିତ ତୈଳଦର ହ୍ରାସ କରନ୍ତୁ ବୋଲି ଦାବୀ କରିଥିଲେ । ସ୍ଥାନୀୟ ଗାନ୍ଧି ମନ୍ଦିର ଠାରୁ ବାହାରି ସହରରେ ଥିବା ଚାରିଗୋଟି ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଦର୍ ବୃଦ୍ଧି ବିରୋଧରେ ବିଭିନ୍ନ ନାରା ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରକୁ କାଳିମାଡ କରିବା ସହ ଚିରିଥିଲେ ।
ଏହି ବିରୋଧ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ଉପସଭାପତି ପ୍ରକାଶ କୂଅଁର ଏବଂ ଢେଙ୍କାନାଳ ଯୁବ ପର୍ଯ୍ୟବେକ୍ଷକ ଶ୍ରୀ ସୁଦିପ୍ ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଅମର ସେନାପତି, ସଚ୍ଚିଦାନନ୍ଦ ନନ୍ଦ, ଜ୍ୟୋତିର୍ମୟ ପାଲ୍, ଛାତ୍ର ନେତା ଶୁଭମ୍ ଦାଶ, ରିତେଶ ହୋତା, ଡୋନେସ୍ ମହାପାତ୍ର, ପ୍ରଦୁ୍ୟମ୍ନ ସାହୁ, ସୌମ୍ୟରଞ୍ଜନ ପ୍ରଧାନ, ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦାନ କରିଥିଲେ ।