ତୈଳ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଡିଜେଲ ଓ ପେଟ୍ରୋଲର କ୍ରମାଗତ ଦରବୃଦ୍ଧି ବିରୋଧରେ ଆଜି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ରାଜଧାନ ଭୁବନେଶ୍ୱରରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ଶତାଧିକ ନରନାରୀ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡମାନ ହାତରେ ଧରିଥିବା ଦେଖାଯାଇଥିଲା । ଶୋଭାଯାତ୍ରା ରାଜମହଲ ଛକ ଓ ମାଷ୍ଟରକ୍ୟାଣ୍ଟିନ ଦେଇ ସମଗ୍ର ଅଶୋକନଗର ଅଞ୍ଚଳ ପରିକ୍ରମା କଲାପରେ ରାଜମହଲ ଛକଠାରେ ରାସ୍ତାରୋକୋ ଆନେ୍ଦାଳନ ସଗଠିତ ହୋଇଥିଲା । ସେଠାରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା ଆନେ୍ଦାଳନକାରୀମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ରର ବିଜେପି ସରକାର ତୈଳଦରକୁ ନିୟନ୍ତ୍ରଣ ମୁକ୍ତ କରି କମ୍ପାନୀମାନଙ୍କ ହାତରେ ଛାଡ଼ିଦେବା ଫଳରେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଉଛି ବୋଲି କହିତôଲେ ।
ଅନ୍ୟମାନଙ୍କ ମଧ୍ୟରେ ଜୋନ ସହସମ୍ପାଦକ କୈଳାସ ଚନ୍ଦ୍ର ପୁହାଣ, ନାରୀ ନେତ୍ରୀ ସୁଷମା ଭୋଇ, ଜରିମା ବିବି, କ୍ଷେତମୂଲିଆ ନେତା ଲୋକନାଥ ଭୋଇ, ଅଜିତ ମହାପାତ୍ର, ଉଗ୍ରସେନ ଦାସ, ଛେତମ୍ବର ଭୋଇ, ଶିବ ବେହେରା ଓ ପଞ୍ଚାନନ ସାହୁ ପ୍ରମୁଖ ଏହି ବିକ୍ଷୋଭ, ଶୋଭାଯାତ୍ରା ଓ ରାସ୍ତାରୋକୋ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

three × one =