ତ୍ରିବେଣୀ ଲସର୍ଦ୍ଦା ଖଣି କମ୍ପାନୀର ଜନଶୁଣାଣୀ ସଫଳ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଲାଣି ଗ୍ରାମପଞ୍ଚାୟତ ଲସର୍ଦା ପାଚେରି ଗ୍ରାମରେ ଅବସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସର ଲୌହ ମାଙ୍ଗାନିଜ ଖଣିର ଜନ ଶୁଣାଣି ସଫଳ ହୋଇଥିବା ଜଣା ପଡ଼ିଛି। ଏହି ଖଣିଟି ସରକାରଙ୍କ ଗତ ନିଲାମ ପ୍ରକ୍ରିୟାରେ ଭାଗ ନେଇ ମେସର୍ଶ ତ୍ରିବେଣୀ ଆର୍ଥ ମୁଭର୍ଶ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ପାଇଥିଲା।  ଖଣି ପରିଚାଳନା ପାଇଁ ପରିବେଶିୟ ମଞ୍ଜୁରୀର ଆବଶ୍ୟକତା ଥିବାରୁ ସରକାରଙ୍କ ତରଫରୁ ୪/୭/୨୦୨୩ ଦିନଧାର୍ଯ୍ୟ କରାଯାଇଥିଲା। ଆଜିର ଦିନରେ ଉକ୍ତ ଜନଶୁଣାଣୀ  ଲସର୍ଦା ଗ୍ରାମରେ ଅବସ୍ଥିତ ଏହି ଖଣି ନିକଟରେ ଅତିରିକ୍ତ ଜିଲ୍ଲାପାଳ ଜଦୁମଣୀ ମହଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣୀଟିରେ ଆଞ୍ଚଳିକ ପ୍ରଦ୍ୟୁଷଣ ଜିଲା ଅଧିକାରୀ ପ୍ରଶାନ୍ତ କର, ବଡବିଲ ତହସିଲଦାର ଆଲୋକ ପଟେଲ,  ବହୁ ପୋଲିସ ଅଧିକାରୀ ଓ କମ୍ପାନୀର କର୍ତ୍ତୁପକ୍ଷମାନେ ଉପସ୍ଥିତ ରହିଥିଲେ ।  ଏହି ଜନ ଶୁଣାଣୀରେ  ସ୍ଥାନୀୟ ଅଧିବାସୀ,ଲୋକ ପ୍ରତିନିଧି  ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ। ଯୋଗ୍ୟତା ଅନୁଯାୟୀ ଅଞ୍ଚଳବାସିଙ୍କୁ କର୍ମନିଯୁକ୍ତି   ଦିଆଯିବାପାଇଁ ଏହି ଶୁଣାଣୀରେ  ସମସ୍ତେ ନିଜର ମତାମତ ଦେଇ ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ଖଣି କମ୍ପାନୀକୁ ଖଣିଜ ଉତ୍ତୋଳନ ଓ ପରିବେଷୀୟ ମଞ୍ଜୁରୀ ଦେବା ପାଇଁ ଜିଲା ପ୍ରଶାସନ ନିକଟରେ ଜନଶୁଣାଣୀରେ ଭାଗ ନେଇଥିବା ନିକଟ ଗ୍ରାମର ସ୍ଥାନୀୟ ମହିଳା ଓ ପୁରୁଷମାନେ ଦାବି  ରଖିଥିଲେ। ସ୍ଥାନୀୟ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ , ପାନୀୟ ଜଳ ଓ ଗମନାଗମନ ଉପରେ ଗୁରୁତ୍ୱ ଦେବାକୁ କମ୍ପାନୀର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.

2 + five =