ଥାଲାସେମିଆ ଶିଶୁମାନଙ୍କୁ ରକ୍ତ ନଦେଇ ର୍ଦୁବ୍ୟବହାର!

ଭୁବନେଶ୍ୱର: ଥାଲାସେମିଆ ଏକ ଭୟାବହ ରୋଗ । ଏହି ରୋଗର ମୁଖ୍ୟ ଚିକିତ୍ସା ହେଉଛି ବାରମ୍ବାର ରକ୍ତ ସଞ୍ଚାରଣ କରାଇବା । ଏହି ରୋଗରେ ଆକ୍ରାନ୍ତ ଶିଶୁମାନେ ମାସକୁ ୨-୪ଥର ରକ୍ତଗ୍ରହଣ କରିଥାଆନ୍ତି । ବିନା ରକ୍ତରେ ରୋଗୀ ବଞ୍ଚିବା ଅସମ୍ଭବ । ଏହି ଦୃଷ୍ଟିକୋଣରୁ କୋଭିଡ୍-୧୯ ବନ୍ଦ ସମୟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଥାଲାସେମିଆ ରୋଗୀମାନଙ୍କୁ କିପରି ଉପଯୁକ୍ତ ସମୟରେ ରକ୍ତ ଯୋଗାଇ ଦିଆଯାଇପାରିବ, ସେଥିପାଇଁ ସମଗ୍ର ଓଡ଼ିଶାରେ ରକ୍ତଦାନ ଶିବିର ନ୍ତଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଇଥିଲେ । ସମଗ୍ର ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ, ଯିଏକି ଥାଲାସେମିଆ ରୋଗୀମାନଙ୍କର ରକ୍ତ ସଙ୍କଟକୁ ଦୂର କରିଥିଲେ । ସେଥିପାଇଁ ଆମ୍ଭେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିରକୃତଜ୍ଞ ରହିବୁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ସରକାରଙ୍କର ଏହି ନିୟମକୁ ଭଙ୍ଗକରି କ୍ୟାପିଟାଲ୍ ହସ୍ପିଟାଲ୍ର ରକ୍ତଭଣ୍ଡାର ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ନିଜ ଇଚ୍ଛା ଅନୁସାରେ ଥାଲାସେମିଆ ରୋଗୀମାନଙ୍କୁ ରକ୍ତ ଦେବା ବଦଳରେ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାର ଉଦାହରଣ ହେଉଛି ପୁରୀ ଜିଲ୍ଲା ଅନ୍ତର୍ଗତ ବଳଙ୍ଗା ଅଞ୍ଚଳର ରୋଗୀ ଇପ୍ସିତା ଖଟୁଆ । ଏହିଭଳି ବ୍ୟବସ୍ଥା ବିରୁଦ୍ଧରେ ସମାଜସେବୀ ଶ୍ରୀ ସଦାଶିବ ଜେନା ମହୋଦୟ ୩ ଘଣ୍ଟା କାଳ ଧାରଣାରେ ବସିଥିଲେ । ଅଭିଭାବକ ଏବଂ ରୋଗୀମାନେ ରକ୍ତଭଣ୍ଡାର ଅଧିକାରୀଙ୍କ ଏ ପ୍ରକାର ସ୍ୱେଚ୍ଛାଚାରିତା ଓ ରୋଗୀମାରଣ ନୀତିକୁ ବିରୋଧ କରିବା ସଙ୍ଗେସଙ୍ଗେ ଏହାର ତୀବ୍ର ନିନ୍ଦା କରିଥିଲେ । ଥାଲାସେମିଆ ରୋଗୀ ଓ ଅଭିଭାବକ ସଂଘର କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ, ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରି ତାଙ୍କୁ ତୁରନ୍ତ ଏହି ପଦରୁ ଅନ୍ୟତ୍ର ବଦଳି କରାଯାଉ ଏବଂ ଏପରି ଏକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ଯିଏକି ଥାଲାସେମିଆ ରୋଗୀଙ୍କ ପ୍ରତି ସୁବିଚାର କରି ସେମାନଙ୍କର ବହୁମୂଲ୍ୟ ଜୀବନ ବଞ୍ଚାଇବା ଦିଗରେ କାର୍ଯ୍ୟ କରିବେ । ଏତଦ୍ବ୍ୟତୀତ ଓଡ଼ିଶାର କୌଣସି ଜାଗାରେ ଥାଲାସେମିଆ ରୋଗୀମାନଙ୍କୁ ଦୁର୍ବ୍ୟବହାର କରାଯାଉଥିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ । ସମଗ୍ର ଓଡ଼ିଶାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଏନ୍.ଏଚ୍.ଏମ୍.)ର ରକ୍ତ ସଂଚାରଣ ପାଇଁ ପ୍ରକାଶିତ ନିୟମାବଳୀକୁ ତୁରନ୍ତ ଲାଗୁ କରାଯାଉ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଥାଲାସେମିଆ ଅଭିବାକ ସର୍ବଶ୍ରୀ ବିଜୟ ରାଉତ, ନିରାକାର ପଣ୍ଡା, ଦୀପକ ଜାଲି, ଫିନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଅୱେସ୍, ଅଫତାବ୍ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

19 − 8 =