ଦକ୍ଷତା ବିକାଶ ପ୍ରମାଣପତ୍ର ବଂଟନ୍

ଢେଙ୍କାନାଳ: ସାଇ ଅମି୍ରତ ଏମ୍ପେ୍ଲାଇବିଲିଟି ସ୍କିଲ ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୨.୦ ଆର.ପି.ଏଲ ର ଟ୍ରେନି ପ୍ରୋଗ୍ରାମର ପ୍ରମାଣ ପତ୍ର ବିତରଣ ମହୋତ୍ସବ ଢେଙ୍କାନାଳ କାକୁଡିବାଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ସାଇଅମ୍ରିତ୍ ଏମ୍ଲୋଇବିଲିଟି ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନମୀତା ଆଚାର୍ଯ୍ୟ, ଅପରେସନ ହେଡ ଶ୍ରୀ ସତ୍ୟରାମ ବେଉରା, ଯୋଗଦେଇଥିଲେ । ସାଇ ଅମି୍ରତ ଏମ୍ପେ୍ଲାଇବିଲିଟି ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ସ୍କିଲ ଡେଭଲପମେଂଟ କାର୍ଯ୍ୟକ୍ରମ ୧୦ଦିନ ଧରି ଚାଲିଥିଲା । ୪୦ଜଣ ମିସ୍ତ୍ରୀ ପ୍ରଶିକ୍ଷଣ ନେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୭ଜଣ ଉତୀର୍ଣ୍ଣ ହୋଇଥିଲେ । ଉତୀର୍ଣ୍ଣ ହୋଇଥିବା ମିସ୍ତ୍ରୀଙ୍କୁ ସ୍କିଲ ବ୍ୟାଜ, ସ୍କିଲ କାର୍ଡ ପ୍ରମାଣ ପତ୍ର ଆଦି ମଂଟନ କରାଯାଇଥିଲା । ଏହି ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୧୯-୨୦ ଆର୍ଥୀକ ବର୍ଷର ଏମ. ଏସ.ଡି.ଇ ଏବଂ ଏନ.ଏସ. ଡି.ସି ଅନୁଦାନରେ ସି.ଏସ.ଡି.ସି.ଆଇ ତତ୍ୱାବଧାନରେ ସାଇ ଅମି୍ରତ ଏମ୍ପେ୍ଲାଇବିଲିଟି ଟ୍ରଷ୍ଟ ତରଫରୁ ଏହି କାର୍ଯ୍ୟକ୍ରମଟି ସୁଚାରୁରୁପେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.

nineteen + 16 =