ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଜନଗଣ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ଦରବୃଦ୍ଧି ଓ ବେକାରୀ ଭଳି ଉକ୍ରଟ ସମସ୍ୟାର ସମାଧାନ ପ୍ରତି ଆଦୌ ଧ୍ୟାନ ଦିଆଯାଇନାହିଁ । କେନ୍ଦ୍ର ସରକାର ସୁନା ଓ ରୁପା ଉପରେ ଆମଦାନୀ ଟିକସ କମାଇବା ବେଳେ ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟାନ୍ୟ ପେଟ୍ରୋଲଜାତ ଦ୍ରବ୍ୟ ଉପରୁ ଟିକସ କମାଇ ନାହାଁନ୍ତି କିମ୍ବା ଏହାକୁ ଜି.ଏସ୍.ଟି. ପରିସରଭୁକ୍ତ କରିନାହାଁନ୍ତି । ଏହାହିଁ ଦର ବୃଦ୍ଧିର ଅନ୍ୟତମ ମୁଖ୍ୟ କାରଣ । ସରକାର ବେକାର ଯୁବକ ଓ କାମ ହରାଇଥିବା ଶ୍ରମିକମାନଙ୍କ ନିଯୁକ୍ତି ପାଇଁ ଆଦୌ ଦୃଷ୍ଟି ଦେଇନାହାଁନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ ଘରୋଇ ଉଦ୍ୟୋଗ ଓ ପି.ପି.ପି. ମୋଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶୀ ବିଦେଶୀ ବୃହତ ପୁଞ୍ଜିପତିମାନଙ୍କୁ ଅଧିକ ଟିକସ ରିହାତି ପ୍ରଦାନ କରିଛନ୍ତି । ସେମାନେ ଆମ ଦେଶର ସରକାରୀ ବ୍ୟାଙ୍କମାନଙ୍କରୁ ନେଇଥିବା ଋଣ ପରିଶୋଧ ପାଇଁ ପଦକ୍ଷେପ ନ ନେଇ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ସୃଷ୍ଟି କରି ସେହି ଋଣ ଛାଡ଼ ପାଇଁ ଚକ୍ରାନ୍ତ କରୁଛନ୍ତି । ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ହାର ୪୯% ରୁ ୭୪% ବୃଦ୍ଧି, ପ୍ରଚୁର ଲାଭ କରୁଥିବା ଏଲ.ଆଇ.ସି.ରୁ ପୁଞ୍ଜି ପ୍ରତ୍ୟାହାର, ଆଇ.ଡି.ବି.ଆଇ ବ୍ୟାଙ୍କ ଓ ଲାଭଜନକ ବି.ପି.ସି.ଏଲ୍, ସିପିଂ କର୍ପୋରେସନ, ଏୟାର ଇଣ୍ଡିଆ ଆଦି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ବିକ୍ରି କରିବା ନିଷ୍ପତ୍ତି ଦେଶବିରୋଧୀ କାର୍ଯ୍ୟ । ଅନ୍ୟ ପକ୍ଷରେ ·ଷୀମାନଙ୍କ ପାଇଁ ଡକ୍ଟର ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ଉତ୍ପାଦିତ ଦ୍ରବ୍ୟର ଲାଭଜନକ ସହାୟକ ମୂଲ୍ୟ ନଦେଇ ସେଥିରେ ଚଞ୍ଚକତାମୂଳକ ଘୋଷଣା କରିଛନ୍ତି । ·ଷୀମାନଙ୍କ ଋଣ ଛାଡ଼ ପାଇଁ ପଦକ୍ଷେପ ନନେଇ ପୁଞ୍ଜିପତିଙ୍କ ଏନ୍.ପି.ଏ ଓ ଋଣ ଛାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜର ସିଂହଭାଗ କର୍ପୋରେଟ କ୍ଷେତ୍ର ପାଇଁ ଉଦ୍ଧିଷ୍ଟ । ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦ ବ୍ୟୟ ବରାଦ ଆବଶ୍ୟକତା ଠାରୁ ଢେର କମ୍ । ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ଜିଡ଼ିପିର ୯.୫% ତାକୁ ପୂରଣ କରିବାକୁ ସରକାର ବିଦେଶୀ ଋଣ ଓ ଦେଶ ସମ୍ପଦ ବିକ୍ରିର ଆଶ୍ରୟ ନେବ । ପୂର୍ବବର୍ଷମାନଙ୍କ ପରି ଏହି ବଜେଟ ଘୋଷଣା ଓ ତାର କାର୍ଯ୍ୟକାରିତା ମଧ୍ୟରେ ପ୍ରଚଣ୍ଡ ପାର୍ଥକ୍ୟ ରହିବ । ଆଗକୁ ବିଧାନସଭା ନର୍ବାଚନ ଥିବା ରାଜ୍ୟଗୁଡ଼ିକ ପାଇଁ ଅଧିକ ଅର୍ଥ ବରାଦ ଏକ ନିର୍ବାଚନୀ ·ଲ୍ । ମୋଦିଙ୍କ ନିର୍ବାଚନ ଭାଷଣ ଭଳି ଏହି ବଜେଟ କେବଳ ସ୍ୱପ୍ନ ଦେଖାଇବା ପାଇଁ ଉଦ୍ଧିଷ୍ଟ । ଏହା ଏକ କର୍ପୋରେଟ ସପକ୍ଷବାଦୀ ବଜେଟ । ଏଭଳି ଜନବିରୋଧୀ ବଜେଟକୁ ସି.ପି.ଆଇ(ଏମ୍) ଦୃଢ ବିରୋଧ କରୁଛି ଏବଂ ଏହା ବିରୋଧରେ ଗଣତାନ୍ତ୍ରିକ ଜନଗଣ ପ୍ରତିବାଦ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରୁଛି ।