ଦଶରଥପୁର ବ୍ଲକରେ ୨୯ କରୋନା ଆକ୍ରାନ୍ତ

ଯାଜପୁର: କିଛି ଦିନ ବ୍ୟବଧାନ ପରେ ପୁନର୍ବାର ଦଶରଥପୁର ବ୍ଲକ୍ରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କୋଲକାତା ଫେରନ୍ତା ତଥା ଅକରପଡ଼ା ପଂଚାୟତ ସାନଦୋଗଡ଼ା ଗ୍ରାମର ବୋଲି ଜଣାପଡିÿଛି । ଏହାକୁ ମିଶାଇ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଂଚିିଛି ।ଅପ୍ରେଲ ୨୦ ତାରିଖ ଦିନ ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତର କୋଲକାତା ଫେରନ୍ତା ବ୍ୟକ୍ତିଙ୍କୁ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ଅପ୍ରେଲ ୨୨ ତାରିଖ ଦିନ ଅକରପଡ଼ା ପଂଚାୟତର ଅକରପଡ଼ା ଗ୍ରାମରେ ଆଉ ଜଣେ କୋଲକାତା ଫେରନ୍ତା ବ୍ୟକ୍ତି କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଥିଲେ ।ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ଼ ୧୯ ହସ୍ପିଟାଲକୁ ପଠାଇ ଦେବା ସହ ପରିବାର ବର୍ଗଙ୍କୁ କ୍ୱାରେନଟାଇନରେ ରଖାଯାଇଥିଲା । ଚିହ୍ନଟ ବ୍ୟକ୍ତିଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରାଯିବା ସହ ସଂପୃକ୍ତ ଅଂଚଳକୁ ସଂକ୍ରମଣ ପ୍ରତିରୋଧ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ସୋମବାର ଚିହ୍ନଟ ହୋଇଥିବା ୫୦ ବର୍ଷୀୟ କୋଲକାତା ଫେରନ୍ତା ବ୍ୟକ୍ତି ଚଳିତ ମାସ ୭ ତାରିଖ ଦିନ ପାଣିକୋଇଲିରେ ପହଂଚିଥିଲେ । ପରେ ତାଙ୍କ ନାମ ପଞ୍ଜିକରଣ କରାଯାଇ ତାଙ୍କୁ ଦଶରଥପୁର ବ୍ଲକ୍ ମଲ୍ଲିକାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟଠାରେ ସ୍ଥାପନା ହୋଇଥିବା କ୍ୱାରେନ୍ଟାଇନ ସେଂଟରରେ ରଖାଯାଇଥିଲା । ସ୍ୱାବ୍ ପରୀକ୍ଷା ପରେ ସଂପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରେ ପହଂଚିଛି ।ସୂଚନାଯୋଗ୍ୟ ବ୍ଲକ୍ ଅଧିନ କଟିକଟା ପଂଚାୟତରୁ ମୋଟ ୨୧ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଥିବାରୁ ଏହି ପଂଚାୟତକୁ ହଟସ୍ପଟ ଅଂଚଳ ଭାବେ ଚିହ୍ନଟ କରାଯାଇଛି । ଏତଦ୍ବ୍ୟତିତ ପୂର୍ବରୁ ଦଶରଥପୁର ବ୍ଲକର ବିରଜାପୁରରେ ୩ଜଣ, ମଲ୍ଲିକାପୁରରେ ୧ ଜଣ, ଡ଼ାହାଣହତାରୁ ୧ ଜଣ, ଅକରପଡ଼ାରୁ ୧ଜଣ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏହିସବୁ ଅଂଚଳକୁ କଟେନମେଂଟଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.

eleven − 6 =