ପୁରୀ: ପୁରୀ ଜିଲ୍ଲା ସମ୍ମେତ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ଓ ସହରକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ଏବେ “ଜିରୋ ଟଲେରାନ୍ସ ଟୁ କ୍ରାଇମ୍ ଆଣ୍ଡ ଆକ୍ଟିଭିଟିଜ୍” କାର୍ଯ୍ୟକ୍ରମ ଅଧିକ କଡ଼ାକଡ଼ି ଓ ଜୋରଦାର କରାଯାଇଛି । ଜିଲ୍ଲା ଏସ୍ପି ଡକ୍ଟର କନ୍ୱର ବିଶାଲ ସିଂହଙ୍କ ନିଦେ୍ର୍ଧଶ କ୍ରମେ ବିଭିନ୍ନ ଅପରାଧ, ଅସାମାଜିକ କାର୍ଯ୍ୟକଳାପ ଓ ଦାଦାବଟି ଆଦାୟ ଅଭିଯୋଗରେ ପୁରୀ ଟାଉନ୍ ଥାନା, ସମୁଦ୍ରକୁଳ ଥାନା, ବାସେଳି ସାହି ଥାନା, ବଳିଆପଣ୍ଡା ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଜଣ ହାଡର଼୍କୋର୍ କ୍ରିମିନାଲକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ବଳିଆପଣ୍ଡା ଥାନା, ଟାଉନ୍ ଥାନା, ସମୁଦ୍ରକୁଳ ଥାନା, ବାସେଳି ସାହି ଥାନା ଆଦିରେ ପୃଥକ୍ ପୃଥକ୍ ଭାବେ ୫ ଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର ଯଥା ଖଣ୍ଡା, ଚାପଡ଼, ଲୁହା ରଡ଼, ଛୁରୀ, ଲୁହା ପାଇପ୍, ଲୁହା ହାତୁଡ଼ି, ଲଙ୍କା ଗୁଣ୍ଡ ଓ ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରିଛି । କୋର୍ଟ ଅଭିଯୁକ୍ତ ମାନଙ୍କର ଜାମିନ ନାମଞ୍ଜୁର କରିବାରୁ ପୋଲିସ୍ ସେମାନଙ୍କୁ ଜେଲ୍କୁ ପଠାଇ ଦେଇଛି । ଜିଲ୍ଲା ପୋଲିସ୍ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ସୂଚନା ମୁତାବକ ଗତ କିଛିଦିନ ତଳେ କେତେକ ଅସାମାଜିକ ଯୁବକ ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ନେଇ ଏକ ଅଡିଓ ବାର୍ତ୍ତାଳାପ ବିଭିନ୍ନ ହ୍ୱାଟସ୍ଅପ୍ ଗୃପ୍ ମାଧ୍ୟମରେ ପ୍ରବଳ ମାତ୍ରାରେ ସର୍କୁଲେଟ୍ ହୋଇଥିଲା । ଉକ୍ତ ଅଡିଓଟି ମଧ୍ୟ ଜିଲ୍ଲା ଏସ୍ପି ଡକ୍ଟର ସିଂଙ୍କ ବ୍ୟକ୍ତିଗତ ମୋବାଇଲ୍ ହ୍ୱାଟ୍ସଅପ୍ କୁ ଆସିଥିଲା । ଅପରାଧରେ ଜଡ଼ିତ ଥିବା ଓ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲା ଏସ୍ପି, ସିଟି ଡିଏସ୍ପି କ୍ଷୀର ସାଗର ନାୟକଙ୍କ ସମ୍ମେତ ସହରରେ ଥିବା ଆଠ ଗୋଟି ଥାନା ଅଧିକାରୀ ମାନଙ୍କୁ କଡ଼ା ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲା ଏସ୍ପିଙ୍କ ନିଦେ୍ର୍ଧଶ କ୍ରମେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ସହରର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ବଳିଆପଣ୍ଡା ଥାନା ପୋଲିସ୍ ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ବଳିଆ ପଣ୍ଡା ବିଜୟା ନଗରର ରୋହିତ୍ ଶାହା ଓରଫ ଗୁଡୁ କୁ ଗିରଫ କରିଛି । ତା ନିକଟରୁ ପୋଲିସ୍ ଏକ ମୋବାଇଲ୍ ଫୋନ୍ ଜବତ କରିଛି । ସେହିପରି ଟାଉନ୍ ଥାନା ପୋଲିସ୍ ଡକାୟତୀ ଉଦ୍ୟମ ଯୋଜନା ଅଭିଯୋଗରେ ମାର୍କେଟ ଛକ ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ଲେସ୍ ପରିସରରେ ଡକାୟତୀ ଯୋଜନା ପ୍ରସ୍ତୃତି କରିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବଲ୍ଲଭର ଶିବୁନା ଦାସ ଓରଫ ଭୋଇ । ତା ନିକାଟରୁ ପୋଲିସ୍ ଏକ ଖଣ୍ଡା ଜବତ କରିଛି ।