ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ପୁରୁଷ ଏବଂ ୨୩ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୫ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଦ୍ମପୁରରୁ ୧୪, ରାୟଗଡା ପୌରାଚଂଳରୁ ୧୨, ଗୁଣପୁର ଗ୍ରାମାଚଂଳରୁ ୧୧, ରାୟଗଡା ଗ୍ରାମାଚଂଳରୁ ୬, ଚନ୍ଦ୍ରପୁର ଏବଂ କଲ୍ୟାଣସିଂହପୁରରୁ ୨, ଗୁଡାରୀ, ଗୁଣପୁର ପୌରାଚଂଳ, ମୁନିଗୁଡା ଏବଂ ରାମନାଗୁଡାରୁ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୯୮ ରେ ପହଂଚିଥିବା ଥିବା ବେଳେ ୬୨୩୪ ଜଣ ସୁସ୍ଥ ହୋଇଛନ୍ତି । ୭୨୯ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୭୫୩ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୬୧୬ ସୁସ୍ଥ ହୋଇଛନ୍ତି ଏବଂ ୧୩୭ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।