ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର :ନିକଟରେ ସୁରଟ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ ଫାଉଣ୍ଡେସନ । ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଚୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ କିପରି ସାହାର୍ଯ୍ୟ କରାଯିବ ସେ ନେଇ ତପରତା ପ୍ରକାଶ କରିଥିଲେ । ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗଞ୍ଜାମର କିଛି ବ୍ୟକ୍ତି ଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । କୌଣସି ପିଲା ଅବହେଳା ହେତୁ ହେଉ ବା କୌଣସି କାରଣ ଯୋଗୁଁ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଜାଣିଲେ ଶ୍ରୀ ସାମନ୍ତ ତୁରନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଥାଆନ୍ତି । ସେହି ଦୃଷ୍ଟିରୁ ଶ୍ରୀ ସାମନ୍ତ ନିଜ କର୍ମଚାରୀଙ୍କୁ ପଠାଇ ଗଞ୍ଜାମ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚାନ କରିଥିଲେ ।
ଏହି ପରିପ୍ରେକ୍ଷୀରେ କିସ ଫାଉଣ୍ଡେସନ ଜରିଆରେ କିସର ଯେ କୌଣସି ଜିଲ୍ଲା ଶାଖାରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୪ ପରିବାରର ପିଲାଙ୍କ ପଢ଼ା ଦାୟିତ୍ୱ ବହନ କରିବାକୁ ସାଂସଦ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେବା ସହ ଦୁଇ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ କିସରେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ତିନି ଅନାଥ ପିଲାଙ୍କୁ ସହାୟତାର ହାତ ବଢ଼ାଇଛି କିସ ଫାଉଣ୍ଡେସନ । ଦୀର୍ଘ ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତ ଜୁଲାଇ ୨୪ତାରିଖରେ ମାଆକୁ ହରାଇ ତିନି ଭାଇ ଭଉଣୀ ଅନାଥ ହୋଇଯାଇଛନ୍ତି । ଏହି ଖବର ଶ୍ରୀ ସାମନ୍ତଙ୍କ ନଜରକୁ ଆସିବା ପରେ ଶ୍ରୀ ସାମନ୍ତ କିସ ଫାଉଣ୍ଡେସନ ଜରିଆରେ ଏହି ଅନାଥ ପିଲାଙ୍କ ଚଳିବା ପାଇଁ ମାସିକ ୫ ହଜାର ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହା ସହିତ କିସର କୌଣସି ଜିଲ୍ଲା ଶାଖା କିମ୍ବା କିଟରେ ତାଙ୍କ ଛୋଟ ଭାଇ ଭଉଣୀଙ୍କ ଶିକ୍ଷା ପାଇଁ ବନେ୍ଦାବସ୍ତ କରିବା ନେଇ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । କିସ ଫାଉଣ୍ଡେସନର ଏଭଳି ମହତ କାର୍ଯ୍ୟକୁ କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନେ ପ୍ରଶଂସା କରିବା ସହ ସାଂସଦ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା
ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, କୌଣସି ପିଲାର ପିତା ବା ମାତା ବା ଉଭୟ କୌଣସି କାରଣରୁ ମୃତୁ୍ୟବରଣ କଲେ ସେହି ପିଲାମାନଙ୍କ ପାଠ ପଢ଼ା ଯେପରି ବାଧା ପ୍ରାପ୍ତ ନ ହୁଏ ସେଥି ପ୍ରତି କିସ ଫାଉଣ୍ଡେସନ ସର୍ବଦା ଗୁରୁତ୍ୱ ଦେଇ ଆସିଛି । ଏଭଳି ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରି ସେମାନଙ୍କ ଭବିଷ୍ୟତର ସ୍ଥାୟୀ ସମାଧାନ କରିବା ହେଉଛି କିସ ଫାଉଣ୍ଡେସନର ଲକ୍ଷ୍ୟ ।

Leave A Reply

Your email address will not be published.

four × two =