- ୫୬୦ ଜଣ ପର୍ଯ୍ୟାୟ କ୍ରମେ ବିଭିନ୍ନ ତାଲିମ ଓ ନିଯୁକ୍ତି ପାଇବାକୁ ଯୋଗ୍ୟ
- ୧୮ ଜଣଙ୍କୁ ଜିଲାପାଳ ପ୍ରଦାନ କଲେ ନିଯୁକ୍ତି ପତ୍ର
ନବରଙ୍ଗପୁର : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆ ଠାରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା ଓ ପାପାହାଣ୍ଡି ବ୍ଲକ ପ୍ରାଥିନି, ପ୍ରାଥୀ ଯୋଗ ଦେଇଥିଲେ । ଏଥିରେ ୪୦୨ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ୨୩୦ ଜଣ ପର୍ଯ୍ୟାୟ କ୍ରମେ ବିଭିନ୍ନ ତାଲିମ ଓ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଲିମ ପାଇଁ ୧୨୦ ଜଣ ଥିବା ବେଳେ ନିଯୁକ୍ତି ପାଇଁ ୧୧୦ ଜଣଙ୍କ ନାମ ତାଲିକା ଭୁକ୍ତ କରାଯାଇଥିଲା । ଏହି ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳାର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଜ଼ିଲ୍ଲାପାଳ ଡ଼ଃ ମିଶ୍ର ଜ଼ିଲ୍ଲାର ଶିକ୍ଷିତ ବେକାର ଯୁବତୀ, ଯୁବକ କିପରି ଆତ୍ମ ନିର୍ଭରଶୀଳ ହୋଇ ରୋଜଗାର କ୍ଷମ ହୋଇପାରିବେ ସେଦିଗରେ ଜ଼ିଲ୍ଲା ସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ନିଯୁକ୍ତି ମେଳାର ଆୟୋଜନ କରୁଛନ୍ତି । ବେକାର ଶିକ୍ଷିତ ଯୁବତୀ ଯୁବକ ମାନେ ଜ଼ିଲ୍ଲା କର୍ମ ନିୟୋଜନ ଅଧିକାରୀ ତଥା କାର୍ଯ୍ୟାଳୟ ସହିତ ସମ୍ପର୍କ ରଖି ଏହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ଛାତ୍ରୀଛାତ୍ର ମାନେ ବୈଷୟିକ ଓ ଦକ୍ଷତା ବିକାଶ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ପାଠ ପଢିବା ପାଇଁ ଜ଼ିଲ୍ଲାପାଳ ଡ଼ଃ ମିଶ୍ର ପରାମର୍ଶ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ୧୦ ଟି ତାଲିମ ପ୍ରଦାନ ସଂସ୍ଥା ୧୭ ଗୋଟି ନିଯୁକ୍ତି ପ୍ରଦାନ ସଂସ୍ଥା ଯୋଗ ଦେଇ ପଞ୍ଜିକରଣ ପ୍ରଥିନି,ପ୍ରାଥୀ ମାନଙ୍କ କରିଥିଲେ । ୧୮ ଜଣ ଯୋଗ୍ୟ ଯୁବତୀ ଯୁବକଙ୍କୁ ଜ଼ିଲ୍ଲାପାଳଙ୍କ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ୫ ତାରିଖ ସୋମବାର ଦିନ ଉମରକୋଟ ଡିଏନକେ ପଡିଆ ଠାରେ ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ, ରାଇଘର ଓ ଡାବୁଗାଁ ବ୍ଲକ ପ୍ରଥିନି ପ୍ରାଥୀ ମାନେ ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ । ସେଥିରେ ୫୨୫ ଜଣଙ୍କ ନାଁ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ପର୍ଯ୍ୟାୟ କ୍ରମେ ୧୮୦ ଜଣ ବିଭିନ୍ନ ତାଲିମ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୧୫୦ ଜଣ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହିଇଥିଲେ । ଏହି ଦୁଇଦିନିଆ ନିଯୁକ୍ତି ମେଳା ଜିଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଉମରକୋଟରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ(ସାଧାରଣ) ଯୋଗ ଦେଇଥିଲେ । ଆରସିଡି ହାଇସ୍କୁଲ ପଡିଆ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଅନ୍ୟତମ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଶିକ୍ଷାର ବିକାଶ ଉପରେ ଗୁରୁତ୍ଵ ଦେଇ ନିଯୁକ୍ତି ସୁଯୋଗ ଶିକ୍ଷା ଦିଗରେ ଛାତ୍ର ଛାତ୍ରୀ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ବିଡ଼ିଓ ସୁନୀଲ ଖୋରା, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜ଼ିଲ୍ଲା କର୍ମ ନିୟୋଜନ ଅଧିକାରୀ ଆନନ୍ଦ ପଲାଇ ସ୍ୱାଗତ ଭାଷଣ ଦେବା ସହ ନିଯୁକ୍ତି ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ୱାପି ରୀନା ନିଶାଦ ଧନ୍ୟବାଦ ଆର୍ପଣ କରିଥିଲେ ।