ଭୁବନେଶ୍ୱର: ଭୁବନେଶ୍ୱର ପୁରୀ ୩୧୬ନଂ ଜାତୀୟ ରାଜପଥର ଉତ୍ତରା ଛକ ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାରେ ପିପିଲି ଥାନା ଅଧିକାରୀଙ୍କ ସମେତ କେତେକ କର୍ମଚାରୀ ଆକ୍ରାନ୍ତ ହେବା ସମୟରେ ଏହାର ସୁଯୋଗ ନେଇ ରାଜପଥ ଲୁଟେରା ପିପିଲି ଥାନା ଅଂଚଳରେ ଆତଙ୍କ ଖେଳାଇଥିଲେ । ଏମିତି କି ଦିନରେ ବି ରାଜପଥରେ ଯିବାକୁ ଲୋକମାନେ ସୁରକ୍ଷିତ ମନେ କରୁନଥିଲେ । ପିପିଲି ଥାନା ଅନ୍ତର୍ଗତ ପିପିଲି ଶାସନ ଗ୍ରାମର ପ୍ରମୋଦ ସାହୁ ତାରିଖ ୧୩/୮/୨୦ରେ ଘରକୁ ଫେରୁଥିବା ସମୟରେ ପିପିଲି ଟୋଲ ପ୍ଳାଜା ନିକଟ ଥଣ୍ଡା ଓ ଚା ଦେକାନ ପାଖରେ ଦୁଇଜଣ ଯୁବକ ମଟର ସାଇକେଲରେ ଯୋଗେ ସେଠାରେ ପହଂଚି ଖଣ୍ଡା ଦେଖାଇ ପ୍ରମୋଦଙ୍କ ଠାରୁ ମୋବାଇଲି ଓ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ପିପିଲି ଥାନାରେ ସେ ଲିଖିତ ଅଭିଯୋଗ କରିବା ପରେ ପିପିଲି ଥାନା ୨୩୨/୨୦ରେ ଏକ କେସରୁଜ କରି ଥାନା ଅଧିକାରୀ ତଦନ୍ତ ଜାରି ରଖିଥଲେ । ଏହି ଲୁଟ୍ କେସରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମଳିପଡା ଗ୍ରାମର ସୁନିଲ ବଳିୟାରସିଂହ (୩୩) ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଗଡଲୋକନାଥ ଗ୍ରାମର ରାଜନ ପାଟଶାଶୀ (୩୨)ଙ୍କୁ ପିପଲି ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ମୋବାଇଲି ଓ ନମ୍ବର ବିହୀନ ଏକ ଅପାଚି ମଟର ସାଇକେଲ ପୋଲିସ ଜବତ କରିଛି । ଅଭିଯୁକ୍ତ ସୁନିଲ ଓ ରାଜନଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟିଙ୍କ ଠାରୁ ପ୍ରକାଶ । ସେହୀପରୀ ଦୃର୍ଗାଦାଶପୁର ବଜାର ରେ ମଦ ପାଇଁ ଟଙ୍କା ମାଗିବା ସେ ନଦେବାରୁ ରାମଚନ୍ଦ୍ର ସ୍ୱାଇଁ ଏକ ଛୁରାରେ ନୃଶିଂହ ମଲ୍ଲିକଙ୍କ ନାମକ ଏକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ।