ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡ ଅଂଚଳରେ ଦିନ କୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛିା ବନ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ହାତୀ ମାନଙ୍କୁ ଘଉଡାଇବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ହାତୀମାନେ ଅଂଚଳ ଛାଡିବାକୁ ନାଁ ନେଉନାହାନ୍ତି । ଏଇ କିଛିଦିନ ହେବ ପ୍ରଥମେ ୧୭ ଟିକିଆ ହାତୀପଲ ଝଡଖଣ୍ଡ ଜଙ୍ଗଲରୁ ଆସି ପ୍ରଥମେ ରରୁଆଁ ଓ ଶୁକୃଳି ଅଂଚଳରେ ଉପଦ୍ରବ ଆରମ୍ଭ କରିଥିଲେ । ସେମାନଙ୍କୁ ବନକର୍ମଚାରୀମାନେ ପୁଣି ଝାଡଖଣ୍ଡ ଅଂଚଳକୁ ଘଉଡାଇ ଦେଇଥିରେ । ହେଲେ ପୁଣି ଏହି ହାତୀପଲ ସହ ଆଉ ଚାରିଗୋଟି ଝାଡଖଣ୍ଡୀ ହାତୀ ଆସି ଏବେ ଏହି ବନଖଣ୍ଡର ଦୁଧିଆଣି ରେଂଜ ଅଂଚଳରେ ଉପଦ୍ରବ ଜାରି ରଖିଥିବାର ଜଣାପଡିଛି । ଗତକାଲି ୨୩ ତାରିଖ ବିଳମ୍ବିତ ରାତିରେ ଦରି ଗ୍ରାମରେ ଏହି ହାତୀପଲ ପଶି ତିନିଜଣଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ଘରଆସବାବପତ୍ର ନଷ୍ଟ କରିଥିବାର ଜଣାପଡିଛି । ଏହାଛଡା ଅନେକଙ୍କ ଚାଷଜମିରେ ଖିନ୍ ଭିନ୍ କରିପକାଇଥିବାର ଅଭିଯୋଗ ହୋଇଛିା ଏହି ହାତୀପଲ ଦିନବେଳେ ଜଙ୍ଗଲରେ ରହୁଥିବାବେଳେ ରାତିହେଲେ ଲୋଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଯାଉଛନ୍ତି । ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଜୁଳିକାଟ କରାଯାଉଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଥିବାର ଅଭିଯୋଗ ହେଉଛି । ହାତୀମାନଙ୍କ ଉତ୍ପାତରେ ଲେକେ ଆତଙ୍କିତ ହୋଇଥିବାବେଳେ ବିଜୁଳକାଟରେ ଜନସାଧାରଣ ଅତଷ୍ଠ ହୋଇପଡିଲେଣି । ଏହି ହାତୀମାନଙ୍କୁ ତୁରନ୍ତ ଘଉଡାଇବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।