ଦୁର୍ଗମ ଅଞ୍ଚଳରେ ଦେଶୀ ଯୋଗାଡ଼ରେ ଜଳସେଚନ

ଝରୀଗାଁ : ବିନା କରେଣ୍ଟ କିମ୍ବା ଇନ୍ଧନରେ ଦେଶୀ ଯୋଗାଡ଼ କରି ଜମିକୁ ପାଣି ମଡ଼େଇବାର ଯେଉଁ ଉଦ୍ୟମ କରାଯାଇଛି ତାହା ବାସ୍ତବିକ ବେସ ପ୍ରଶଂସନୀୟ l ଆଦିବାସୀ ଅଧୁଷିତ ଅଞ୍ଚଳରେ ଏ ହେଉଛି ଦେଶୀ ଯୋଗାଡ଼ ଅର୍ଥାତ ନିଜର ବୁଦ୍ଧି ଆଉ କୌଶଳ ବଳରେ ଗୋଟିଏ ପାହାଡ଼ରୁ ଆଉ ଏକ ପାହାଡକୁ ପ୍ଲାଷ୍ଟିକ ପାଇପ ଯୋଗେ ପାଣିନେବା ଲାଗି କରାଯାଇଛି ଉଦ୍ୟମ ଏବଂ ଉଦ୍ୟମରେ ସଫଳ ଵି ହୋଇଛନ୍ତି l ଆଉ ଜମିକୁ ପାଣି ଵି ପହଁଚିଛି ଏହି ଦୃଶ୍ୟ ହେଉଛି ଝରୀଗାଁ ବ୍ଲକ ତେଲନଦୀ ଗ୍ରାମପଂଚାୟତର ଏକ ଅପହଞ୍ଚ ଇଲାକା କୁନିନାଲ, ଏହି ଗ୍ରାମର ଗ୍ରାମବାସୀ ଦୀର୍ଘଦିନ ହେବ ଗାଁ କୁ ଭଲ ରାସ୍ତା ଆଉ କରେଣ୍ଟ ଟିକକ ପାଇଁ ଗୁହାରି କରି କରି ନିରାଶ ହୋଇ ଏକ ପ୍ରକାର ଅଭିଶପ୍ତ ଜୀବନ ଜିଇଁ ଆସୁଥିବା ବେଳେ ସେଭଳି ଏକ ଗାଁର କିଛି ଚାଷୀ ନିଜର ବୁଦ୍ଧି ଖଟେଇ ଦୀର୍ଘ ସାତଦିନ ଧରି ଧର୍ଯ୍ୟ ଆଉ ବିଶ୍ୱାସର ସହ ଅକ୍ଲାନ୍ତ ପରିଶ୍ରମ କରି କିଛି ବାଉଁଶକୁ ଯୋଡି ଯୋଡି ଶୁଖିଲା ଭୂଇଁରେ ପାଣି ମଡ଼େଇବାରେ ସଫଳ ହୋଇଛନ୍ତି l ଦୁଇ ପାର୍ଶ୍ୱରେ ରହିଛି ଦୁଇଟି ପାହାଡ଼ ଗୋଟିଏ ଚି଼ଙ୍ଗିଡା ଡଙ୍ଗରି, ଆରଟି ହେଲା ସାନକୁନି ପାହାଡ଼ l ଆଉ ଉଭୟ ପାହାଡ଼କୁ ଚିରି ବୋହି ଯାଇଛି ପଦାମ ନଦୀ ହେଲେ ନଦୀଠାରୁ ପାଖା ପାଖି ଷାଠିଏ ଫୁଟରୁ ଅଧିକ ଉଚରେ ଚି଼ଙ୍ଗିଡା ଡଙ୍ଗରିରେ ରହିଛି ଜମି, ଯାହା କେବଳ ବର୍ଷା ଦିନ ହେଲେ ବର୍ଷା ପାଣିରେ ଯାହା କିଛି ଚାଷ କରି ଅଳ୍ପ ବହୁତ ଅମଳ ହୋଇଥାଏ  l କିନ୍ତୁ ଖରାମାସ ସାରା ଜମି ପଡିଆ ରହୁଥିବା ବେଲେ କୌଣସି କାମଧାମ ନଥାଇ ଅଯଥା ଏଠି ସେଠି ସମୟ ବିତାଉଥିଲେ ଗ୍ରାମବାସି , କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ, ସାନକୁନି ପାହାଡ଼ରେ ବୋହିଯାଉଥିବା ଏକ ଛୋଟିଆ ଝର ଆସିଥିଲା ନଜରକୁ, ଯାହାକୁ ଦେଖି ଏହି ଝର ପାଣିକୁ ନଦୀ ଆରପାରି ଚି଼ଙ୍ଗିଡାଡଙ୍ଗରିକୁ ପହଞ୍ଚେଇବା ପାଇଁ ପ୍ରଥମେ ଉପାୟ ପାଞ୍ଚିଥିଲେ ସ୍ଥାନୀୟ ସଦାଗୌଡ଼, ସେ ତାଙ୍କ ଜମିକୁ ଲାଗିରହିଥିବା କିଛି ଚାଷୀ ସ୍ଥାନୀୟ ଲବ ଗୌଡ଼, ଖଗଯାନୀ, ଏବଂ ଭଗବାନ ମୁଦୁଲୀକୁ ସାଥିରେ ନେଇ ଆରମ୍ଭ କରିଦେଇଥିଲେ ଉଦ୍ୟମ  l ଆଉ ପଦାମ ନଦୀ ଉପରେ ନିର୍ମାଣ ହୋଇଥିଲା ଷାଠିଏ ଫୁଟ ଉଚ୍ଚ ବାଉଁଶରେ ଏକ ବ୍ରିଜ  ଆଉ ସେଇ ବ୍ରିଜ ଦେଇ ପ୍ଲାଷ୍ଟିକ ପାଇପ ଦ୍ୱାରା ପାଣି ଆରପାରିକୁ ନେବାରେ ସଫଳ ମଧ୍ୟ ହୋଇଛନ୍ତି, ପାଣି ପହଂଚିବା ପରେ  ବେଶ ଖୁସି ହୋଇଛନ୍ତି ଏମାନେ, ଆଶା ରଖିଛନ୍ତି ଏହି ଜମି ସେମାନଙ୍କ ଜୀବନ ଜୀବିକା ବଦଳେଇ ଦେବା ସହ ନିଶ୍ଚିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବ  l ହେଲେ ଗାଁ କୁ କୌଣସି ଗମନା ଗମନ ସୁବିଧା ନଥିବାରୁ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରନ୍ତିନି ଚାଷୀ l ସରକାର ଏହି ଗାଁ କୁ ଗମନା ଗମନର ସୁବିଧା କରି ଦିଅନ୍ତେ, ତେବେ ଗ୍ରାମ ସହିତ ଗ୍ରାମବାସୀଙ୍କ ବେଶ ବିକାଶ ହୋଇପାରିଥାନ୍ତା  ବୋଲି ସାଧାରଣରେ ଚର୍ଚ୍ଚା ହେଉଛି  l

Leave A Reply

Your email address will not be published.

five × 1 =