ବଅଁରପାଳ: ନାଲକୋ ଥାନା ତରଫରୁ ଏଫ.ସି.ଆଇ ଛକ ଠାରେ ହେଲମେଂଟ ଓ ମାସ୍କ ଯାଞ୍ଚ ପାଇଁ ଗାଡି ଗୁଡିକୁ ଅଟକାଇବା ପାଇଁ ପୋଲିସ ସ୍ପିଡ ବ୍ରେକର ବ୍ୟବହାର କରିଥିବା ବେଳେ ଦୁର୍ଘଟଣାରେ ଆଇନଜୀବୀ ଶ୍ର୍ରୀ ଶୀତାଂଶୁ ଶେଖର ନାଥ ଆହତ ହୋଇଛନ୍ତି । ଯାଞ୍ଚ ସ୍ଥଳ ପାଖାପାଖି ହୋଇଥିବା ସମୟରେ ପୋଲିସ କର୍ମଚାରୀମାନେ ସ୍ପିଡବ୍ରେକରଟିକୁ ହଠାତ୍ ରାସ୍ତାଉପରକୁ ଟାଣି ଆଣିଥିଲେ । ଏହା ଦେଖି ଶ୍ରୀ ନାଥ ହଠାତ୍ ସ୍କୁଟିର ବ୍ରେକ ମାରି ରହିଯାଇଥିଲେ । ଏହି ସମୟରେ ପଛରୁ ଅସୁଥିବା ଏକ ଟ୍ରକ ସ୍କୁଟି ପଛପଟୁ ଧକ୍କା ଦେଇଥିଲା, ଫଳରେ ଶ୍ରୀ ନାଥ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନାଲକୋ ଚିକିତ୍ସାଳୟକୁ ପଠାଇଥିଲେ ।