ଆସିକା: ଜଣେ ଛାତ୍ରୀଙ୍କ ଦିର୍ଘ ୬ ବର୍ଷ ଧରି ଦୁଷ୍କର୍ମକରିବା ଓ ଶେଷରେ ବ୍ରାକମେଲ କରିବା ଅଭିଯୋଗରେ ପୋଲିସ ଆଜି ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋରଡା କଲେଜର ଅଥିନୀତି ବିଭାଗର ଅ୍ମାପକ ପ୍ରଦୀପ ସାହୁଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ । ସେଠାରେ ପାଠ ପଢାଇବା ପରିବର୍ତେ ସାର ଛାତ୍ରୀଙ୍କର ସମେମ୍ବଦନଶୀଳ ଅଙ୍ଗରେ ହାତ ମାରିଥିଲେ । ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଉ ଦୁଷ୍କର୍ମ କରିବା ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ‘ଟୋ ଓ ଭିଡିଓ ଦେଖାଇ ଛାତ୍ରୀଙ୍କୁ ସାର ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଲୋକ ଲଜ୍ଜା ଭୟରେ ଛାତ୍ରୀ ଜଣକ ନୀରବ ରହିଥିଲେ । ଶରୀରର ଯନ୍ତ୍ରଣାକୁ ସହିଯାଉଥିଲେ । ଏହି ଭିତରେ ଛାତ୍ରୀ ଜଣକ +୨ ପାସ କରିସାରିଲେଣି । କିନ୍ତୁ ସେ ଟ୍ୟୁସନ ସାରଙ୍କ ଜାଲରୁ ମୁକୁଳି ପାରିନାହାନ୍ତି । ଅଶ୍ଳୀଳ ‘ଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରୁଛନ୍ତି । ଏପରିକି ଛାତତ୍ରୀଙ୍କ +୨ ସାର୍ଟି‘ିକେଟ, ଟଙ୍କା, ସୁନା ଓ ରୁପା ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏବେ ବାହା ହେବା ପାଇଁ ଜିଦ ଧରିଛି ସାର । ବାହା ହେବା ପାଇଁ ରାଜି ନହେଲେ ପାଖରେ ଥିବା ଭିଡିଓ ଓ ‘ଟୋ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା । ତେବେ ନୀର୍ଯ୍ୟାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆସିକା ଥନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅ୍ମପକଙ୍କୁ ଗିର‘ କରି କୋର୍ଟ ଚାଲାଣ କରିଛି ।