ଦେବୀ ନଦୀରେ ୭୦ ପରିବାର ଜଳବନ୍ଦୀ


ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦେବୀନଦୀ କୁଳିଆ ଗ୍ରାମ ଗୁଡିକରେ ନାହିଁ ନଥିବା ବନ୍ୟା ଜଳ ଦ୍ୱାରା ଲୋକେ ଭୟଭୀତ ହୋଇପଡିଛନ୍ତି । ଦେବୀନଦୀର ମାଛଗାଁ ଗ୍ରାମ ପଂଚାୟତର ଦେଓକଣି ମୌଜାର ୧୫ଗୋଟି ପରିବାର ଅନ୍ୱିନ୍ ୭୦ଲୋକ ଜଳବନ୍ଦୀ ହୋଇପଡିଛନ୍ତି । ମାଛଗାଁ ଗ୍ରାମ ପଂଚାୟତର ସରପଂଚ ପର୍ଶୁରାମ ସେଠୀଙ୍କ ଅଭିଯୋଗ ହେଲା ଦେବୀ ନଦୀ ମଧ୍ୟରେ ୭୦ଜଣ ଲୋକ ଏବେ ସୁଧା ଉପବାସ ରହିଛନ୍ତି । ତାଙ୍କ ଘର ଦ୍ୱାର ମୁହଁରେ ବନ୍ୟାଜଳ ମାଡିଜାଇଛି । ମଙ୍ଗପୁର ଠାରୁ ଯାଇଥିବା ରାସ୍ତାଟି ବୁଡିଯାଇଛି, ସପୃକ୍ତ ପରିବାରକୁ ଏପର୍ଯ୍ୟନ୍ତ କୌଣସି ଲିଲିଫ ସାମଗୀ୍ର ମିଳିନାହିଁ, ସେମାନଙ୍କୁ ଉଦ୍ଧାର ନିମନ୍ତେ ଓ ତାଙ୍କର ଗମନା ଗମନ ପାଇଁ ଏକ ଦେଶୀ ଡଙ୍ଗା ଯୋଗାଇଦିଆଯାଇଛି । ମାତ୍ର ସେମାନଙ୍କ ନିକଟରେ ବାଲିକୁଦା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବନେ୍ଦାବସ୍ତ କରାଯାଇନାହିଁ, ବିଡିଓ ଡଃ. କଲ୍ୟାଣ ସୌରଭ ଦାଶଙ୍କୁ ଏଭିଏମ ନିମନ୍ତେ ଝାଡଖଣ୍ଡ ରାଜ୍ୟକୁ ଜିଲ୍ଲାପାଳ ପଠାଇ ଦେଇଛନ୍ତି ଏବଂ ସହକାରୀ ଯନ୍ତ୍ରୀଙ୍କୁ ତିର୍ତୋଲ କୋଲର ବନ୍ୟା ତଦାରଖ ଦାୟୀତ୍ୱରେ ପଠାଇ ଦେବା ପରେ ବାଲିକୁଦା ବ୍ଲକରେ ପାଣି ଘେରରେ ଥିବା ପ୍ରାୟ ୩୦ଗୋଟି ପରିବାରକୁ ରିଲିଫ୍ ବାବଦରେ ଦେଖାଶୁଣା ନିମନ୍ତେ କେହି ନାହାନ୍ତି । ବାଲିକୁଦା ବ୍ଲକରେ କୌଣସି ପଦଧିକାରୀ ନାହାନ୍ତି । ଯାହାଫଳରେ ସଂପୃକ୍ତ ବ୍ଲକର ତରାସାହି, ତାଳଦା, ଛେଳିକୁଳିଆ ଗ୍ରାମର ପ୍ରାୟ ଶତାଧିକ ପରିବାର ବନ୍ୟାଜଳ ଘେର ମଧ୍ୟରେ ଅଛନ୍ତି । ତାଳଦାଠାରେ କୂଳସାହିରେ ତୁହାକୁ ତୁହା ମାଟି ଅତଡା ଖାଉଛି ସେଠାରେ ଜଳ ସଂପଦ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଉତରାୟଙ୍କ ତତ୍ୱାବଧାନରେ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ଦେଇଛନ୍ତି । ସେଠାରେ ସହକାରୀ ଯନ୍ତ୍ରୀ ବିପ୍ଳବ କୁମାର ସାହୁ ଓ ନିର୍ବାହୀଯନ୍ତ୍ରୀ ପ୍ରତାପକୁମାର ଶତପଥି ଘଟଣାସ୍ଥଳ ପରିଦର୍ଶନ କରି ବାଲିବସ୍ତା ମହଜୁଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେହି ପରି ଖଣ୍ଡିଆ ଆସିଲାରୁ ପବନ ଜେନା, ବିଜୟ ଜେନା, ବସନ୍ତ ଜେନା, ସନ୍ତୋଷ ଜେନା, ଭାଗୁ ଜେନା, ଶୋବି ଜେନା, ସନ୍ତୋଷ ସାହୁ, ଧର୍ମାନନ୍ଦ ବିଶ୍ୱାଳ, ଧନେଶ୍ୱର ସାହୁ, ଭରତ ଜେନା, ଧୁସି ଜେନା, ମୁଷି ଜେନା, ପ୍ରମୁଖ ପ୍ରାୟ ୪୦ ପରିବାର ଲୋକ ଏକପ୍ରକାର ଜଳବନ୍ଦୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ପହଂଚିପାରିନାହିଁ । ସେହି ଦେଓକଣି ଗ୍ରାମର ଗଙ୍ଗାଧର ମାଳତୀ, ନାରଣ ମାଳତୀ, ଗୌରାଙ୍ଗ ମାଳତୀ, ଗୟାଧର ମାଳତି, କ୍ଷେତ୍ରମୋହନ ମାଳତୀ, କାର୍ତୀକ ମାଳତୀ, ଅଜୟ ମାଳତୀ ପ୍ରମୁଖ ୧୫ ପରିବାର ଜଳବନ୍ଦୀ ହୋଇ ଛାତ ଉପରେ ରହୁଛନ୍ତି । ସେହିଭଳି ସାଲବେଲପୁର ନାଗୁ ରାଉତ, କୈଳାସ ରାଉତ, ବିପିନ ରାଉତ ଓ ପୋଦରୂଆଁ ଗ୍ରମର ପୁରୁଷୋତମ ନାୟକ, ବିଶ୍ୱନାଥ ନାୟକ, ଗୋବିନ୍ଦ ନାୟକ ପ୍ରମୁଖ ପ୍ରାୟ ୧୫ଗୋଟି ପରିବାରର ୫୫ଜଣ ଲୋକ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଖୁବ ଶିଘ୍ର ଏଠାରେ ରିଲିଫ ପହଚାଂଇବା ନିମନ୍ତେ ବିଜେଡି ନେତା ବିଜୟ କୁମାର ଦାସ ଦାବି କରିଛନ୍ତି ।

Leave A Reply

Your email address will not be published.

17 − 3 =