ଦେଶରେ ୨୯୬୭ ବାଘ : ଓଡିଶାରେ ୨୮

ନୂଆଦିଲ୍ଲୀ: ଦେଶରେ ମୋଟ୍ ୨୯୬୭ ବାଘ ଅଛନ୍ତି ବୋଲି ୨୦୧୮-୧୯ ବର୍ଷର ଚତୃର୍ଥ ପର୍ଯ୍ୟାୟ ବାଘ ଗଣନା ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦ କର ଆଜି ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀର ଦେଶରେ ଗତ ୪ବର୍ଷ ମଧ୍ୟରେ ବାଘ ସଂଖ୍ୟା ୭୪୧ ବୃଦ୍ଧି ପାଇଥିବା ବେଳେ ଓଡିଶାରେ ବଢି ନାହିଁ । ତେବେ ଓଡିଶାରେ ମାତ୍ର ୨୮ ବାଘ ଥିବା କୁହାଯାଇଛି । ସେହିପରି ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘଥିବା ବେଳେ ଉତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨ ବାଘ ଅଛନ୍ତି । ୨୦ଟି ରାଜ୍ୟରେ ବାଘ ଗଣନା ନେଇ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଭେ କରାଯାଇଥିଲା । ତେବେ ବାଘ ଗଣନା ପାଇଁ ୩,୪୮,୫୮,୬୨୩ଟି ଫଟୋ ଉତୋଳନ କରାଯାଇଥିଲା । ଯାହାକି ବାଘ ଗଣାନା କ୍ଷେତ୍ରରେ ରେକର୍ଡ ବୋଲି କୁହାଯାଇଛି । ତେବେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ଭାଗ ବାଘ ଭାରତରେ ଥିବା କୁହାଯାଇଛି । ଅନ୍ୟପକ୍ଷରେ ଦେଶରେ ଏବେ ୩୦ ହଜାର ହାତୀ, ୩ହଜାର ଏକ ସିଙ୍ଘା ଗଣ୍ଡା ଏବଂ ୫ଶହରୁ ଉର୍ଦ୍ଧ ସିଂହ ଥିବା ରିପୋର୍ଟରୁ ଜଣାଯାଇଛି ।

Leave A Reply

Your email address will not be published.

eighteen − 6 =