ଦେଶର ୧୦୦ ଆଇଟିଆଇ ମଧ୍ୟରେ ରାଜ୍ୟର ୧୧ଟି

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ପାଣ୍ଠିରେ ଭିତିଭୂମି ବିକାଶ କରାଯାଉଥିବା ଜିଲ୍ଲାମାନଙ୍କରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ସେଂଟର୍ ଅଫ୍ ଏକ୍ସଲେନ୍ସ୍) ପ୍ରତିଷ୍ଠା ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଓମ୍ବାଡ୍ସି ଅଂଚଳରେ ଯୁବକଯୁବତୀମାନଙ୍କୁ ଅତ୍ୟାଧୁନିକ ସେକ୍ଟରରେ ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାସହିତ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାସହିତ ରାଜ୍ୟର ୧୧ଟି ଆଇ.ଟି. ଆଇକୁ ଜାତୀୟ ସ୍ତରରେ ଟପ୍-୧୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନ ମିଳିଥିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି । ଶନିବାର ଲୋକସେବା ଭବନରୁ ଡିଜିଟାଲ୍ ଜରିଆରେ ସମୀକ୍ଷା କରିବା ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଡ୍ରୋନ୍ ପାଇଲଟିଂ ସୌର ବୈଷୟିକ କୌଶଳ, ସ୍ମାଟ୍ର-ଉଦ୍ୟାନଚାଷ, ରୋବଟିକ୍ସ୍, ମେକୋଟ୍ରୋନିକ୍ସ୍, ଥ୍ରୀ-ଡି କୌଶଳ ଆଦି ବିଷୟରେ ଏହି ସବୁ କେନ୍ଦ୍ରଗୁଡ଼ିକରେ ତାଲିମ ଆରମ୍ଭ କରାଯିବ । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟରେ ଆବଶ୍ୟକ ହେଉଥିବା ମାନବ ସମ୍ବଳ ଅନୁଯାୟୀ ତାଲିମ ପାଠ୍ୟକ୍ରମ ସ୍ଥିର କରିବାକୁ ନିର୍ଦ୍ଧଶ ଦେଇଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହଯୋଗରେ କଟକ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ୱର ଆଇ.ଟି ଆଇମାନଙ୍କରେ ଉତ୍କର୍ଷ ବୈଷୟିକ କୌଶଳ ତାଲିମ କେନ୍ଦ୍ର (ସେଂଟର୍ ଅଫ୍ ଏକ୍ସଲେନ୍ସ୍) କାର୍ଯ୍ୟ କରୁଛି । ଏହିସବୁ ଅନୁଷ୍ଠାନମାନଙ୍କୁ ମାରୁତି ସୁଜୁକି, ଆଇ.ପି.ଏସ୍.ସି, ଏଚ୍.ଏସ୍. ଆଇ.ଏଲ୍ ଓ ସିନ୍ଦର ଇଲେକ୍ଟ୍ରିକ୍ ସହଭାଗିତା ଯୋଗାଇ ଦେଉଛନ୍ତି । ଯାଜପୁର ଆଇ.ଟି. ଆଇ, ଯାଜପୁର ପଲିଟେକ୍ନିକ୍, ବାରିପଦା ଆଇ.ଟି.ଆଇ ତାତକପୁର ଆଇ.ଟି.ଆଇରେ ଅଟୋମେସନ୍ ଟେକ୍ନୋଲନି, ଆଡଭାନସ୍ଡ୍ ଗଠନ ପାଇଁ ବୈଠକରେ ସ୍ଥିର କରାଯାଇଛି । ସେହିପରି କରଞ୍ଜିଆ, ଉଦଳା, କପ୍ତିପଦା, ଆନନ୍ଦପୁର, କେନ୍ଦୁଝର, ରାଉରକେଲା, ବଡ଼ବିଲ, ବାରକୋଟ ଆଇ.ଟି.ଆଇ, ମୟୂରଭଞ୍ଜ ପଲିଟେକ୍ନିକ୍, ଦେବଗଡ଼ ପଲିଟେକ୍ନିକ୍ ଓ କେନ୍ଦୁଝରର ମାଇନିଂ ଇଞ୍ଜିନିୟରିଂ ଅନୁଷ୍ଠାନ ଆଦିରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍ରେ ସେଂଟରର୍ସ ଏକ୍ସେଲେନ୍ସ୍ ବିକଶିତ ପାଇଁ ବୈଠକରେ ଲାଭ କରିଛି । ବର୍ତମାନ କଟକ, ବ୍ରହ୍ମପୁର ଓ ହୀରାକୁଦ ଆଇ.ଟି. ଆଇ ୩ଟି ମିନି ଟୁଲ୍ ରୁମ୍ ଭୁବନେଶ୍ୱରରେ ସି.ଟି. ଟି.ସି ସହଭାଗିତାରେ କାର୍ଯ୍ୟକରୁଛି । କଟକ ଟୁଲ୍ ରୁମ୍ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ ମଧ୍ୟ କେତେକ ଯନ୍ତ୍ରପାତି ଉତ୍ପାଦନ କରାଯାଉଛି । ରାଜ୍ୟ ୧୧ଟି ଆଇ.ଟି.ଆଇ ଜାତୀୟ ର୍ୟାଙ୍କିଂରେ ସ୍ଥାନ ପାଇଛି । ସେଥିରେ ୭ଟି ସରକାରୀ ଓ ୪ଟି ବେସକାରୀ ଅନୁଷ୍ଠାନ ସାମିଲ ଅଛନ୍ତି । ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ସିଂହ କହିଥିଲେ ସରକାରୀ ଅନୁଷ୍ଠାନ ମଧ୍ୟରେ ବ୍ରହ୍ମପୁର ଆଇ.ଟି.ଆଇ ୧୧ ତମ ସ୍ଥାନ ପାଇଥିବାବେଳେ, ହିଞ୍ଜିଳିକାଟୁ ଆଇ.ଟି.ଆଇ ୧୫ ତମ, ଯାଜପୁର ଆଇ.ଟି.ଆଇ ୨୪ ତମ, ଝାରସୁଗୁଡ଼ା ଆଇ.ଟି.ଆଇ ୪୫ ତମ, ପୁରୀ ଆଇ.ଟି.ଆଇ ୬୧ ତମ, ତାକତପୁର ଆଇ.ଟି. ଆଇ ୭୩ ତମ ଓ ଭୁବନେଶ୍ୱର ଆଇ.ଟି.ଆଇକୁ ୮୮ ତମ ସ୍ଥାନ ମିଳିଛି । ବେସରକାରୀ ଆଇ.ଟି. ଆଇ ଭିତରେ ଭଦ୍ରକ ଏ.ଟି.ଆଇକୁ ୫୨ ତମ ସ୍ଥାନ ମିଳିଥିବାବେଳେ ଚରମ୍ପା ଆଇ.ଟି.ଆଇକୁ ୬୬ ତମ, ସୁନ୍ଦରଗଡ଼ର ଡାଲମିଆ ଆଇ.ଟି. ଆଇକୁ ୬୪ ତମ ଓ କଟକ ଜଗତପୁରସ୍ଥିତ ଶ୍ରୀଗୁରୁ ଆଇ.ଟି.ଆଇ ୬୫ ତମ ର୍ୟାଙ୍କ୍ ପାଇଛନ୍ତି । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ନିଦେ୍ର୍ଧଶକ ରେଘୁ ଜି, ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା, ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ଶାସନ ସଚିବ ଅଜୟ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

thirteen − 10 =