ଧଉଳି ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାନ୍ତିସ୍ତୁପ ଧଉଳି ଏବଂ ଏହାର ଆଖପାଖ ଅଂଚଳ ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଏହାର ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ୫ କୋଟି ଟଙ୍କାର ଅନୁଦାନ ଦେଇଥିଲେ, ତାହାର ସଠିକ୍ ବିନିଯୋଗ ହୋଇ ନ ଥିବାର ଅଭିଯୋଗ ଆଣିଛନ୍ତି ସାଂସଦ । ସେ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ନଭେମ୍ବର ୧୫ ତାରିଖରେ କଳିଙ୍ଗ ନିପନ୍ ବୁଦ୍ଧ ସଘଂର ନିମନ୍ତ୍ରଣ କ୍ରମେ ଏହି ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ ଏବଂ ସଙ୍ଗଠନର ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କ ସହ କଥାବାର୍ତା କରିଥିଲେ । ରାଜ୍ୟର ଏହି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ଧଉଳି ପାଇଁ ଏକ ସାମଗ୍ରିକ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇ ନଥିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି । ଧଉଳି ଉନ୍ନୟନ କମିଟି ନିକଟରେ ଏକ କୋଟିରୁ ଉର୍ଧ ଟଙ୍କା ପଡ଼ିରହିଥିବା ଦର୍ଶାଇ ଏହି ଅର୍ଥକୁ ଶାନ୍ତିସ୍ତୁପର ରକ୍ଷାଣାବେକ୍ଷଣ ପାଇଁ ବିନିଯୋଗ କରାଯିବା ଲାଗି ସାଂସଦ ଦାବି କରିଛନ୍ତି । କରଣ ଗ୍ରୋଭର ଆଣ୍ଡ ଆସୋସିଏଟ୍ସ ଦ୍ୱାରା ପ୍ରସ୍ତୁତ ବ୍ୟାପକ ବିକାଶ ଯୋଜନାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସେ ମୁଖମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.

twelve − ten =