ଧାନ କ୍ରୟ ହୋଇଛି ୫୬ ଲକ୍ଷ ୬୭ ହଜାର କୁଇଣ୍ଟାଲ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ୫୬ ଲକ୍ଷ ୬୭ ହଜାରେ କୁଇଂଟାଲ ଧାନ କ୍ରୟ କରାଯାଇଛି । ଚଳିତ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ବିଧାନସଭାରେ ପ୍ରକାଶ କରିଛନ୍ତି । ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଧାନ ବିକ୍ରି କରିବାପାଇଁ ୧୪ ଲକ୍ଷ ୭୨ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରିକରି ସାରିଲେଣି । ତେବେ ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି, ସେମାନଙ୍କୁ ଆଉ ଏହା ମିଳିବନାହିଁ ବୋଲି ମନ୍ତ୍ରୀ କରିଛନ୍ତି । କେବଳ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଏହା ହୋଇପାରିବ । ତେବେ କୌଣସି କ୍ଷେତ୍ରରେ ବ୍ୟବସାୟୀଙ୍କ ଧାନକୁ ସରକାର କିଣି ପାରିବେ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କେବଳ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଏହା ହୋଇପାରିବ ।

Leave A Reply

Your email address will not be published.

14 − 14 =