ଧାମରା ବନ୍ଦର ପରିସରରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଧାମରା : ଧାମରା ବନ୍ଦର ପରିସରରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହୋଇଛି । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପତାକା ଉତ୍ତୋଳନ କରି ଉଦ୍ଘାଟନ କରିବା ସହିତ କର୍ମଚାରୀଙ୍କ ଉଦେଶ୍ୟରେ ଚଳିତବର୍ଷର ବିଷୟବସ୍ତୁ-ଶୂନ୍ୟ କ୍ଷତି ଉପରେ ଉଦ୍ବୋଧନ ଦେଇଥିଲେ । ଆଦାନି ଗ୍ରୂପ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ପ୍ରେରିତ ସୁରକ୍ଷା ବାର୍ତ୍ତା ବନ୍ଦରର ସମସ୍ତ କର୍ମଚାରୀଙ୍କ ଉଦେଶ୍ୟରେ ପଠନ କରାଯାଇଥିଲା ଏବଂ ସପ୍ତାହବ୍ୟାପୀ ବିଭିନ୍ନ ସୁରକ୍ଷାମୂଳକ ପ୍ରତିଯୋଗିତାମାନ ବନ୍ଦର ସୁରକ୍ଷା ବିଭାଗ ତରଫରୁ ଆୟୋଜନ କରାଯାଇଥିଲା । ସୁରକ୍ଷା ସପ୍ତାହର ଶେଷ ସନ୍ଧ୍ୟାରେ ବନ୍ଦର ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜୀବ କୁମାର ଗୁପ୍ତା କାର୍ଯ୍ୟକ୍ରମକୁ ଉଦଯାପିତ କରିବା ସହିତ ସୁରକ୍ଷାକୁ ଗୁରୁତ୍ୱ ଦେଇ କିପରି ଭାବେ କାର୍ଯ୍ୟ କଲେ କୌଣସି ପ୍ରକାରର କ୍ଷତି ହେବ ନାହିଁ ସେ ଉପରେ ଆଲୋକପାତ କରିଥିଲୋ ସର୍ବଶେଷରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଓ ସୁରକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସମସ୍ତ ଅତିଥି,କର୍ମଚାରୀ ଓ କର୍ମଚାରୀଙ୍କ ପରିବାରକୁ ସାଧୁବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − five =