କୋରାପୁଟ: କୋରାପୁଟ ପୋଲିସ ଜିଲ୍ଲାରେ ନକଲି ନୋଟ କାରବାର କରୁଥିବା ନେଇ ନକଲି ନୋଟ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଗଣ ମାଧ୍ୟମକୁ ସୂଚନା ।
ସୂଚନା ରୁ ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ନକଲି ନୋଟ ତିଆରି କରିବା ଓ ଜିଲ୍ଲାରେ ପ୍ରଚଳନ କରିବା ଦୀର୍ଘ ଦିନ ହେଲା ନଜର କୁ ଆସି ନଥିଲା । କିଛି ଦିନ ହେଲା ବିଶେଷ ସୂତ୍ରରୁ କୋରାପୁଟ ଜିଲ୍ଲା ପୋଲିସ ଖବର ପାଇ ଜିଲ୍ଲାର ସେମିଳିଗୁଡା ଅଂଚଳ ରେ ନଜର ପକାଇଥିଲା । ଖବର କୁ ନେଇ ସୁନାବେଡା ପୋଲିସ ଆଇଆଇସି ଭିମସେନ ନାୟକ ଙ୍କ ଦ୍ୱାରା ଏକ ଦଳ ଗଠନ କରାଯାଇ ଜିଲ୍ଲାର ପୋଲିସଙ୍କ ସହ ମିଳିତ ଭାବରେ ସେମିଳିଗୁଡା ସହରର ବସଷ୍ଟାଣ୍ଡ ରେ କାରବାର କରୁଥିବା ନେଇ ଅନାମ ଖିଲ୍ଲ କୁ ଠାବ କରିଥିଲା । ଗିରଫସମୟରେ ଅନାମ ଠାରୁ ୨ଶହ ଟଙ୍କିଆ ନୋଟ ୯୯ ଟି,୫ ଶହ ଟଙ୍କିଆ ୨୩୬ ,ଶହେ ଟଙ୍କିଆ ୧୧୬ ଟି ସାଙ୍ଗରେ ଗୋଟିଏ ଜିଓ ମୋବାଇଲ କୁ ଗବତ କରିଥିଲା । ଅଭିଯୁକ୍ତ ଜଣଙ୍କ ଶେମିଳିଗୁଡା ଅଂଚଳର ଲାକିଡଗୁଡା ଗ୍ରାମ ଓ ନନ୍ଦପୁର ଥାନା ଅଂଚଳ ବୋଲି ଖବର ମିଳିଛି । କାରବାର ସମୟରେ ପୋଲିସ ଅଭିଯୁକ୍ତ ଙ୍କ ଠାରୁ ସମୂଦାୟ ୩ ଲକ୍ଷ ୨୭ ହଜାର ୬ଶହ ଜଗତ କରିଛି । ଗତ କାଲି ସନ୍ଧ୍ୟାରେ ଅଭିଯୁକ୍ତ କୁ ଗିର‘ କରିବା ପରେ ପଚରା ଉଚାର ପରେ ଆଜି ଧାରା (୧)୯୯, (୨)୨୩୬ ଓ(୩)୧୧୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୁନାବେଡା ଏସଡିପିଓ ନିରଂଜନ ବେହେରା ସୂଚନା ଦେଇଛନ୍ତି ।