ନକ୍ସଲ ଗୁଳିରେ ପ୍ରାଣ ହରାଇଲେ ୩ ଜବାନ ୧୪ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ବିଜାପୁର ସୀମାରେ ମାଓବାଦୀ ଘଟାଇଛନ୍ତି ବଡ଼ ହିଂସାକାଣ୍ଡ ମାଲକାନଗିରି ଜିଲ୍ଲା ସୀମାବର୍ତି  ସୁକମା ବିଜାପୁର ଜିଲ୍ଲା ଟେକାଲଗୁଡ଼ା ନିକଟରେ ଯବାନ ମାନଙ୍କ ଉପରେ ଅତର୍କିତ ଭାବରେ ଗୁଳି ଚଳାଇଛନ୍ତି ମାଓବାଦୀ । ଯେଉଁଥିରେ ୩ଯବାନ ସହୀଦ ହୋଇଛନ୍ତି ଏବଂ ୧୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଦୀର୍ଘ ଦିନ ଧରି ମାଓଗଡ଼ ଭାବରେ ପରିଚିତ ଟେକାଲଗୁଡ଼ା ନିକଟରେ ଯବାନ ପକ୍ଷରୁ ଏକ କ୍ୟାମ୍ପ ନିର୍ମାଣ କରିବା ପାଇଁ ଉଦ୍ୟମ ରହି ଆସୁଥିଲା, କିନ୍ତୁ ତାହା ସମ୍ଭବ ପର ହେଉନଥିଲା। ମାଓପ୍ରବଣ ଅଞ୍ଚଳ ହୋଇଥିବା କାରଣରୁ ଏକ ଚ୍ୟାଲେଞ୍ଜ ରହିଥିଲା। ତେବେ କିଛି ଦିନ ପୂର୍ବେ ଯବାନ ପକ୍ଷରୁ ଟେକାଲଗୁଡ଼ା ଠାରେ ଅଧିକ ଯବାନ ମୁତୟନ କରି ଏକ କ୍ୟାମ୍ପ ନିର୍ମାଣ କରିଥିଲେ ଯବାନ। କ୍ୟାମ୍ପ ଉଦ୍ଘାଟନ କରିବା ମାତ୍ରେ ଘଞ୍ଚ ଜଙ୍ଗଲ ଭିତରେ ଯବାନ ମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ମାଓପ୍ରବଣ ଅଞ୍ଚଳ ହୋଇଥିବା କାରଣରୁ ମାଓବାଦୀଙ୍କ ତରଫରୁ ଯବାନ ଉପରେ ହଠାତ୍ ଫାଇରିଙ୍ଗ କରିଥିଲେ। କୁହାଯାଉଛି ମାଓବାଦୀଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ଯବାନଙ୍କ ଉପରେ ଗୁଳି ଚଳାଇ ନିଜର ସ୍ଥିତି ଜାହିର କରିଛନ୍ତି। ସିଧାସଳଖ କ୍ୟାମ୍ପ ଉପରେ ଗୁଳି ବାରି କରିଛନ୍ତି ମାଓବାଦୀ। ଦୀର୍ଘ ୩ ରୁ ୪ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଯେଉଁଥିରେ ୩ ଯବାନ ସହୀଦ ହୋଇଛନ୍ତି। ଏବଂ ୧୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସହୀଦ ଯବାନ ହେଲେ, କନେଷ୍ଟବଳ ଦେବନ ସିଂ, କନେଷ୍ଟବଳ ପବନ କୁମାର, କନେଷ୍ଟବଳ ଲମ୍ବଧର ସିହ୍ନା  ୧୫୦ ସିଆରପିଏଫ ବାହିନୀର  ଅନ୍ୟପଟେ ସମସ୍ତ ଗୁରୁତର ଙ୍କୁ ଜଗଦଲପୁର ମେଡିକାଲକୁ ସ୍ଥାନାନ୍ତରିତ କରାଗଲା ଏବଂ ଅତି ଗୁରୁତରଙ୍କୁ ରାୟପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଯବାନ ପକ୍ଷରୁ ସ୍ଥାନୀୟ ଟେକାଲଗୁଡ଼ା ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୨୦୨୧ ମସିହାରେ ମଧ୍ୟ ଏହି ଅଞ୍ଚଳରେ ୨୧ ଜଣ ଯବାନ ସହୀଦ ହୋଇଥିବା ବସ୍ତାର ଆଇଜି  ପି ସୁନ୍ଦର ରାଜ କହିଛନ୍ତି।

Leave A Reply

Your email address will not be published.

fifteen − nine =