ନନ୍ଦନକାନନ ଖୋଲିବ ୪ରୁ

ଭୁବନେଶ୍ୱର: ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ନନ୍ଦନକାନନ ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକମାନେ କେମିତି ପ୍ରାଣୀ ଉଦ୍ୟାନ ଭିତରେ ବୁଲି ଦେଖିବେ, ସେ ସମ୍ପର୍କରେ ନିର୍ଦ୍ଧିଷ୍ଟଭାବେ ସରକାରୀ ନିର୍ଦ୍ଦେଶ ନାହିଁ ବୋଲି ସେ କହିଛନ୍ତି । ଅନ୍ଲାଇନ ଓ ଅଫ୍ଲାଇନ୍ ଟିକେଟ କିଣି ଆସୁଥିବା ପର୍ଯ୍ୟଟକମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ଜୀବଜନ୍ତୁ ବୁଲି ଦେଖିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ନନ୍ଦନକାନନ ବନ୍ଦ ରହିଥିବା କାରଣରୁ ପ୍ରାୟ ୧୧ କୋଟି ଟଙ୍କା କ୍ଷତି ହୋଇଛି । ଏବେ ପର୍ଯ୍ୟଟକମାନେ ଆସିବା ଦ୍ୱାରା ସେମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ପର୍ଯ୍ୟଟକମାନଙ୍କୁ ଯାଂଚ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ବୋଟିଂ, ପାର୍କିଂ ଓ ସଫାରି ବସ୍ ଠିକା ସଂସ୍ଥାମାନେ ପର୍ଯ୍ୟଟକମାନଙ୍କୁ ବୁଲାଇବାବେଳେ କରୋନା ସଂକ୍ରମଣ ଯେମିତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।
ତେଣୁ ନନ୍ଦନକାନନ ଖୋଲିବା ଏକ ଚ୍ୟାଲେଞ୍ଜ ବୋଲି ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ ତାରିଖଠାରୁ ସାଢେ଼ ଛଅ ମାସ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖାଯାଇଛି ।

Leave A Reply

Your email address will not be published.

eight + 18 =