ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ

ଯାଜପୁର : ଓଡିଶାକୁ ସମ୍ପୂର୍ଣ୍ଣ ନିଶାନିବାରର ଆଇନ ଆଣିଥିବା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ସୋମବାର ଦିନ ବରୀ ଗୋପବନ୍ଧୁ ଚୌଧୁରୀ ରମାଦେବୀ ଆଶ୍ରମରେ ମିଳିତ ଓଡ଼ିଶା ନିିଶା ନିବାରଣ ଅଭିଯାନର ଯାଜପୁର ଜିଲ୍ଲା ସମ୍ପାଦକ ସମାଜସେବୀ ସତ୍ୟରଂଜନ କରଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । ଉଦ୍ଘାଟକ ଭାବରେ ବରିଷ୍ଠ ଶିକ୍ଷକ କୁଳମଣି ଶୁକ୍ଳ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଓଡ଼ିଶାରେ ସମାଜବାଦୀ ଆନେ୍ଦାଳନର ଭଗୀରଥ ଥିଲେ ନବକୃଷ୍ଣ ଚୌଧୁରୀ । ମୁଖ୍ୟ ଅତିଥି ଭାବେ ଡା. ପ୍ରବୋଧ ନନ୍ଦ ଉପସ୍ଥିତ ରହି ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ଜଣେ ମୁଖ୍ୟମନ୍ତ୍ରୀ, ମୁଖ୍ୟବକ୍ତା ଭାବରେ ନବନିର୍ମାଣ କୃଷକ ସଂଗଠନ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ଦାଶ କହିଲେ ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୀତିଜ୍ଞ, ସମ୍ମାନିତ ଅତିଥି ସମାଜସେବୀ ରାଜ ନାରାୟଣ ଜେନା ଉପସ୍ଥିତ ରହି ଓଡ଼ିଶାରେ ଚାଲିଥିବା ତିନୋଟି ପ୍ରଭାବଶାଳୀ ଆନେ୍ଦାଳନ ଯଥା – ଚାଷୀ ଆନେ୍ଦାଳନ, ନିଶା ଆନେ୍ଦାଳନ ଓ ଭାଷା ଆନେ୍ଦାଳନର ଜନକ ଥିଲେ ନବକୃଷ୍ଣ ଚୌଧୁରୀ । ଅନ୍ୟତମ ଅତିଥି ଅଜୟ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଆତ୍ମବିଜ୍ଞାପନ ଠାରୁ ସର୍ବଜା ନିଜକ ଦୂରେଇ ରଖି କାମ କରୁଥିବା ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ବରୀ ଆଶ୍ରମ ବରିଚାଳିକା ସୀତା ରାଣୀ ଦେଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ଦେଇଥିଲେ ପ୍ରଶାନ୍ତ ବେଉରା । ଶେଷରେ ପ୍ରଶାନ୍ତ ପଡିଆରି ଧନ୍ୟବାଦ ଅର୍ପଣ କରିବା ସହ ବିବେକାନନ୍ଦ ନାଥ, ଅଜୟ ରଥ, କାନନ ସାମନ୍ତରାୟ ଓ ଆଶ୍ରମର ବହୁ ଅନ୍ତେବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବରୀ ଅଂଚଳକୁ ନିଶା ମୁକ୍ତ କରିବା ଦିଗରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.

eighteen − 17 =