କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କନ୍ୟାଶ୍ରମର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା କୁ ଅସଦାଚରଣ ଅଭିଯୋଗରେ ଆଜି ଶିକ୍ଷକକୁ ବାନ୍ଧିଛି କାଲିମେଳା ପୋଲିସ। ସୂଚନା ମୁତାବକ କାଲି ରାତି ସମୟ ପାଖାପାଖି ୧୨ଟାରେ ଶିକ୍ଷକ ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ବାଳିକା କୁ ନିଜ ବେଡ୍ ରୁମ୍ କୁ ଡାକି ୩ ଘଣ୍ଟା କାଲ ଅଟକ ରଖିଥିବା ପରେ ଛାଡ଼ିଦେଇ ଥିଲେ । ପରେ ଏହି ଘଟଣା ନାବାଳିକା ମେଟ୍ରୋନ କୁ କହିବା ପରେ ମେଟ୍ରୋନ ସକାଳେ ନାବାଳିକା ର ଘର ଲୋକଙ୍କୁ ଅବଗତ କରାଇଥିଲେ। ଏହା ପରେ ନାବାଳିକା ର ପରିବାର ଥାନାର ଦ୍ବାରସ୍ଥ ହୋଇ ଶିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ଶିକ୍ଷକକୁ ବାନ୍ଧିଛି କାଲିମେଳା ପୋଲିସ ଏବଂ ଏକ କେସ ନଂ- ୧୭୩/୨୪ କରି ଏହାର ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି।