ନବମ ଶ୍ରେଣୀର ନୂତନ ଭୂଗୋଳ ବହିରେ ଭୁଲ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୀଛା ଛାଡୁନି ବିବାଦ । ଚଳିତ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମ ଶ୍ରେଣୀପାଇଁ ପ୍ରସ୍ତୁତ ହୋଇଥିବା ନୁତନ ଭୂଗୋଳ ବହିରେ ଭୂଲ ଥିବା ନଜରକୁ ଆସିଛି । ଏହି ବହିରେ ୧୮ନଂ ପୃଷ୍ଠାରେ ଓଡିଶାର ଅବସ୍ଥିତି ଓ କ୍ଷେତ୍ରଫଳ ସଂପର୍କରେ ଏକ ଭୂଲ ତଥ୍ୟ ଦିଆଯାଇଛି । ସେଥିରେ ଉଲ୍ଲେଖ ହୋଇଛି ଯେ, ‘ଓଡିଶା ଭାରତର ପୂର୍ବ ଉପକୂଳସ୍ଥ ଏକ ରାଜ୍ୟ । ଏହି ରାଜ୍ୟ ୧୭ଂ୪୯’ ରୁ ୨୨ଂ୩୪’ ଉତର ସମାକ୍ଷରେଖା ମଧ୍ୟରେ ଓ ୮୧ଂ୨୩’ ରୁ ୮୭ଂ୨୯’ ପୂର୍ବ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ । ପୂର୍ବରେ ବଙ୍ଗୋପ ସାଗର, ଉତର ପୂର୍ବରେ ପଶ୍ଚିମବଙ୍ଗ, ଉତରରେ ଝାଡଖଣ୍ଡ, ପଶ୍ଚିମରେ ଛତିଶଗଡ ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଏହାର ସୀମର ନିର୍ଦ୍ଧାରଣ କରୁଛନ୍ତ । ଏହାର କ୍ଷେତ୍ରଫଳ ୧୫୫୭୦୭ ବର୍ଗ କିମି । ଏହା ତଳକୁ ଓଡିଶା ପ୍ରଶାସନିକ ବିଭାଗ ସଂପର୍କିତ ଏକ ତଥ୍ୟ ଦିଆ ଯାଇଛି । ସେଥବରେ ଉଲ୍ଲେଖ ରହିଛିଯେ,‘ଓଡିଶାକୁ ୩୦ଟି ଜିଲ୍ଲାରେ ବିଭକ୍ତ କରାଯାଇଛି । ଜିଳ୍ଲାଗୁଡିକୁ ୫୮ଟି ସବଡିଭିଜନରେ ଏବଂ ପ୍ରତ୍ୟେକ ସବଡିଭିଜନକୁ ୧୭୧ଟି ତହସିଲ ଏବଂ ଏହି ତହସିଲଗୁଡିକୁ ୩୧୪ଟି ବ୍ଲକ ଓ ପ୍ରତ୍ରେକ ବ୍ଳକକୁ ୬୨୩୪ଟି ପଞ୍ଚାୟତରେ ବିଭକ୍ତ କରାଯାଇଛି । ଏହି ବାକ୍ୟ ଗଠନରେ ବ୍ୟପକ ତୃଟି ରହିଛି । ଏଥି ସହ ତଥ୍ୟରେ ବି ତୃଟି ପରିଲକ୍ଷିତ ହେଉଛି । ଏସଂପର୍କରେ ଆଜି ଟ୍ୱିଟ ଯୋଗେ ଜଣେ ବ୍ୟକ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣା ପଦାକୁ ଆସିଛି । ସୁଚନା ଯୋଗ୍ୟଯେ, ଓଡିଶାରେ ୩୦ଟି ଜିଳ୍ଲାରେ ୫୮ଟି ସବଡିଭିଜନ ରହିଛି । ୩୧୭ଟି ତହସିଲ, ୬୭୯୮ଟି ପଞ୍ଚାୟତ ଓ ୩୧୪ଟି ବ୍ଳକ ରହିଥିବା ଓଡିଶା ସରକାରଙ୍କ ନିଜସ୍ୱ ୱେବସାଇଟରେ ସୁଚନା ଦିଆଯାଇଛି ।

Leave A Reply

Your email address will not be published.

two × 4 =