ନବରଙ୍ଗପୁରରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ

ନବରଙ୍ଗପୁର: ଆଜି ନବରଙ୍ଗପୁରରେ ପହଞ୍ଚିଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର,ଏକ ସ୍ୱତନ୍ତ୍ର ଦଳ ଆଜି ନିମନ୍ତ୍ରଣ ପତ୍ର ଦେବା ପାଇଁ ପହଞ୍ଚିଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଇବା ସହ ମାଉସି ମା ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ। ନବରଙ୍ଗପୁର ଜଗନ୍ନାଥ ମନ୍ଦିରର ମୁଖ୍ୟ ନରସିଂହ ତ୍ରିପାଠୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସେବାୟତ ଲୋକନାଥ ପ୍ରତିହାରୀ । ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି,ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।ଏହା ସହିତ ନବରଙ୍ଗପୁରର ଅନ୍ୟ ଏକ ପ୍ରସିଦ୍ଧ ମା ଭଣ୍ଡାର ଘରଣୀ ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମନ୍ଦିରର ମୁଖ୍ୟ ପୂଜକ ବାବୁନୁ ରଥଙ୍କୁ ସେବାୟତ କେଦାର ନାଥ ପ୍ରତିହାରୀ ନିମନ୍ତ୍ରଣ କରିଛନ୍ତି । ନବରଙ୍ଗପୁରକୁ ଆସିଥିବା ତିନି ଜଣିଆ ଦଳରେ ସେବାୟତ କେଦାର ନାଥ ପ୍ରତିହାରୀ,ଲୋକନାଥ ପ୍ରତିହାରୀ ଓ ଚନ୍ଦ୍ର ଶେଖର ଖୁଣ୍ଟିଆ ସହ ସ୍ୱତନ୍ତ୍ର ଅଧିକାରୀ ବଳରାମ ପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ଜିଲ୍ଲାର ବହୁ ଭକ୍ତ ମନ୍ଦିରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାପାଳ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ ଓ ମହେଶ୍ୱର ନାୟକ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ। ସରକାରଙ୍କ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିବ।

Leave A Reply

Your email address will not be published.

16 + 10 =