ନବରଙ୍ଗପୁର : ଭୁବନେଶ୍ୱର କିଟ ଠାରେ ଅନୁଷ୍ଠିତ ହୋଇ ଥିବା ୬୯ତମ ରାଜ୍ୟ ଏଥେଲେଟିକ ମିଟ ରେ ନବରଙ୍ଗପୁର ଜିଲ୍ଲା ଦଳ ଦୁଇଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସହ ସର୍ବମୋଟ ଚଉଦ ଗୋଟି ମେଡାଲ ହାସଲ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ଏଥି ମଧ୍ୟରୁ ସୁରେନ୍ଦ୍ର ସାନ୍ତା ୪୦୦ମିଟର ହଡାଲ ରେ ଏବଂ ସୁନିତା ସାନ୍ତା ୨୦୦୦ ମିଟର ଟ୍ରିପଲ ଚଇସରେ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ସିଲା ପୂଜାରୀ, କାହ୍ନା ବାରୁଆ, ମୋନିରାମ ଗଣ୍ଡ, ଚୈତନ୍ୟ ସମରଥ,ସୁଭମ ଜ୍ୟୋତି ସିଂ,ଚମ୍ପୁ ଭତ୍ରା ପ୍ରମୁଖ ରୌପ୍ୟ ପଦକ ଏବଂ ପଲ୍ଲବୀ ନାୟକ, ଏଲ. ସ୍ନିଗ୍ଧା, ମଙ୍ଗନାଥ ରାଜଗଣ୍ଡ, ତୁଳସା ରାଜଗଣ୍ଡ, ଦଇତା ହନ୍ତାଳ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଦଳ ସହ ସପନ ବୈରାଗୀ, ଏମ. ବିଜୟ କୁମାର,ଦୁର୍ଯ୍ୟ ହରିଜନ ଏବଂ ନବିନା ସାନ୍ତା ଅଫିସିଆଲ ଷ୍ଟାଫ ଦାଇତ୍ୱ ତୁଲାଇଥିଲେ। ଏହି ସଫଳତା ହାସଲ ପରେ ଜିଲ୍ଳା କ୍ରୀଡ଼ା ସଙ୍ଘର ସଭାପତି ଡ଼କ୍ଟର କମଳ ଲୋଚନ ମିଶ୍ର ଜ଼ିଲ୍ଲା ପାଇଁ ଗୌରବ ଆଣିଥିବା ସମସ୍ତ ଏଥେଲେଟ ମାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ, ଜ଼ିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲା କ୍ରିଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା,ହେଲ୍ପ ଲାଇନ ସଭାପତି ଇଣ୍ଡର ସମ୍ପାଦକ କୃଷ୍ଣ ପ୍ରାସାଦ ପଟ୍ଟନାୟକ,,ହେଲ୍ପ ଲାଇନ ସଂସ୍ଥା ର ନିର୍ଦ୍ଦେଶକ ତଥା ଜ଼ିଲ୍ଲା ହକି ସମ୍ପାଦକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ,ଜ଼ିଲ୍ଲା ମହିଳା କ୍ରୀଡ଼ା ସମ୍ପାଦିକା ତଥା ରାଜ୍ୟ ଦିଲ୍ଲୀପ ତିର୍କୀ ହକି ଫାଉଣ୍ଡେସନ ସଂଯୋଜିକା ଇ. ଚନ୍ଦନା ମଲ୍ଲିକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଉକ୍ତ ଖବର ପ୍ରସାରିତ ହେବା ପରେ ଜିଲ୍ଲାର ଖେଳାଳିଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।