ନବରଙ୍ଗପୁର ବଢି ଚାଲିଛି କରୋନା ସଂକ୍ରମଣ : ସ୍ଥିତି ଅସମ୍ଭାଳ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନ ପକ୍ଷରୁ ଅନେକ ସଚେତନ କରାଯାଉଛି,ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ପରିସ୍ଥିତି ଅସମ୍ଭାଳ ହେଲାଣି । କିନ୍ତୁ ସାଧାରଣ ଜନତା ଙ୍କ ଉପରେ ତାହାର କୈାଣସି ପ୍ରଭାବ ଦେଖାଯାଉନାହିଁ ।ନବରଙ୍ଗପୁର ଜିଲ୍ଲାରେ ଆଜି ବି ୩୧୯ ନୁଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୧୧ ହଜାର ୩୮୦ ହେଲାଣି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରୁ ୮୧୩୧ଜଣ ସୁସ୍ଥ ହୋଇଥିବା ବେଳେ ବଳକା ୩୧୭୪ଜଣଙ୍କ ମଧ୍ୟରୁ ୩୦୪୧ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଛନ୍ତି । ଛତିଶଗଡ ସୀମାନ୍ତ ରେ ଥିବା ଉମରକୋଟ,ରାଇଘର,ଚନ୍ଦାହାଣ୍ଡି ଏବଂ ଝରିଗାଁ ବ୍ଲକରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛିା ଆଜକୁ ୧୫ଦିନ ହେବ କେବଳ ସୀମାନ୍ତ ରେ ଥିବା ଏହି ବ୍ଲକ ଗୁଡିକରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପ୍ରଶାସନର ଚିନ୍ତା ବଢାଇଦେଇଛି । ।ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଜିଲ୍ଲାର ୩୧୯ ଜଣ ଚିହ୍ନଟଙ୍କ ମଧ୍ୟରୁ ଉମରକୋଟ ମ୍ୟୂନିସପାଲିଟି ଅଞ୍ଝଳରୁ ୩୮ଜଣ,ଉମରକୋଟ ବ୍ଲକ ଅଞ୍ଝଳରୁ ୪୯ଜଣ, ନବରଙ୍ଗପୁର ମ୍ୟୂନିସପାଲିଟି ଅଞ୍ଝଳ ରୁ ୩୭ଜଣ,ନବରଙ୍ଗପୁର ବ୍ଲକ ଅଞ୍ଝଳରୁ ୧ଜଣ ,ଝରିଗାଁ ବ୍ଲକ ଅଞ୍ଝଳରୁ ୪୦ଜଣ,ରାଇଘର ବ୍ଲକ ଅଞ୍ଝଳରୁ ୪୪ଜଣ,ଚନ୍ଦାହାଣ୍ଡି ବ୍ଲକ ଅଞ୍ଝଳରୁ ୫୨ଜଣ ,ଡାବୁଗାଁ ବ୍ଲକ ଅଞ୍ଝଳରୁ ୧୨ଜଣ,ପାପଡାହାଣ୍ଡି ବ୍ଲକ ଅଞ୍ଝଳରୁ ୧୦ଜଣ,କୋଷାଗୁମୁଡା ବ୍ଲକ ଅଞ୍ଝଳରୁ ୧୨ଜଣ,ନନ୍ଦାହାଣ୍ଡି ବ୍ଲକ ଅଞ୍ଝଳରୁ ୧୨ଜଣ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଝଳରୁ ୧୨ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜିର ଚିହ୍ନଟକୁ ମିଶାଇ ଜିଲ୍ଲାରେ ଦ୍ୱିତୀୟ ଲହରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧୭୪ରେ ପହଞ୍ଝିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୦୪୧ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ଅନ୍ୟ ମାନେ ସ୍ଥାନୀୟ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୨୪୪୩୬୧ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିବା ସୂଚନା ମିଳିଛି ।ଜିଲ୍ଲାରେ ଯେଉଁ ଅଞ୍ଝଳରେ ସଂକ୍ରମିତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ସେହି ସବୁ ଅଞ୍ଝଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ କଟକଣାକୁ ମାନିବାକୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଛି ।ନିୟମିତ ମାସ୍କ ପିନ୍ଧିବା,ସାମାଜିକ ଦୂରତା ଓ ହାତ ଧୋଇବା ଭଳି ଅଭ୍ୟାସ ବଜାୟ ରଖନ୍ତୁ । ନିୟମର କଡା ଅନୁପାଳନ କରନ୍ତୁ ଓ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କୁହାଯାଉଛି । ଅନ୍ୟପଟେ କରୋନା ମହାମାରୀ କୁ ରୋକିବା ପାଇଁ କେନ୍ଦ୍ର ସରକାର,ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଜନସାଧାରଣ ଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ବୁଧବାର ଦିନ ୧୨ଟା ପରେ ତାଲା ବନ୍ଦ ହେବାକୁ ଥିବାବେଳେ ଦୁଇ ଦିନ ହେଲା ଲୋକମାନେ ସହରର ବଜାରରେ,ବ୍ୟାଙ୍କରେ ଭିଡ ଜମାଇ କରୋନା ମହାମାରୀ କଣ ବୋଲି ଭୁଲି ଯାଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଭିଡ । ଦୁଇ ଦିନ ହେଲା ମୁଖ୍ୟରାସ୍ତା,ବ୍ୟାଙ୍କ,ପରିବା,ସଉଦା ବଜାରରେ ଲୋକେ ଅମାନିଆ ହୋଇ କରୋନା କଟକଣାକୁ ଭୁଲିଯାଇ ଦୋକାନ ମାନଙ୍କରେ ଭିଡ ଜମାଇ ବିପଦକୁ ଆମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

eighteen − one =