ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ‘ଫିଟନେସ୍ ଦିବସ’ ଭାବରେ ପାଳନ

ଯୋଡା : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ଖଣି କର୍ମଚାରୀମାନଙ୍କ ଦ୍ୱାରା ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ‘ଫିଟନେସ ଦିବସ’ ଭାବରେ ପାଳନ କରାଯାଇଛି I ଏହି ଅବସରରେ କର୍ମଚାରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସେବା ଓ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତିନି ୟୁନିଟରେ ଥିବା ମନ୍ଦିର ମାନଙ୍କରେ ପୂଜା ସହ ଦିନର ଶୁଭାରମ୍ଭ ହୋଇଥିଲା | ଏଥିରେ ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ୟୁନିଟ୍ ହେଡ୍ – ପେଲେଟ୍ ପ୍ଲାଣ୍ଟ, ଶ୍ରୀ ପ୍ରମୋଦ କୁମାର ପାତ୍ର, ମାନବସମ୍ଭଳ ବିଭାଗ ମୁଖ୍ୟ, ଶ୍ରୀ ସରତ କିଶୋର ପଣ୍ଡା, ଏବଂ ଶ୍ରୀ ଆଶିଷ ମହାନ୍ତି, ଆଇଆର ମୁଖ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇ ପୂଜା ଏବଂ ହଭନ ସମ୍ପାଦନ କରିଥିଲେ । ଏହି ଅବସରରେ ଜିନ୍ଦଲାଇଟମାନଙ୍କ ମଧ୍ୟରେ ସୁସ୍ଥ ଜୀବନ ଧାରଣ ଅଭ୍ୟାସ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଫିଟନେସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଯୋଗ ଶିବିରରେ ଯୋଗ ଦେଇ ଶ୍ରୀ ନବୀନ ଜିନ୍ଦଲଙ୍କ ସୁସ୍ଥ ଜୀବନ ଶୈଳୀକୁ ଅନୁସରଣ କରିବାକୁ ଶପଥ ନେଇଥିଲେ। ୟୁନିଟ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା, ଏଥିରେ ୟୁନିଟ ମୁଖ୍ୟ, ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଯୋଗଦେଇଥିଲେ I ଟାଉନସିପର ମହିଳା କ୍ଲବ ଏବଂ କର୍ମଚାରୀମାନଙ୍କ ଦ୍ୱାରା ଚେୟାରମ୍ୟାନଙ୍କ ଜନ୍ମ ଦିନ ଅବସରରେ କେକ୍ କଟାଯାଇ ଉତ୍ସବ ପାଳନ କରାଯାଇଥିଲା | ଜେଏସପି ଫାଉଣ୍ଡେସନ୍ ମଧ୍ୟ ନିକଟସ୍ଥ ଗ୍ରାମ ମାନଙ୍କରେ ସେବା ଓ ଫିଟନେସ୍ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲା | ଏହି ବିଶେଷ ଦିନରେ ଶ୍ରୀ ଆଶିଷ ପାଣ୍ଡେ, ମୁଖ୍ୟ – ପେଲେଟ ଓ ଆଇରନ୍ ଓର ବିଜିନେସ କର୍ମଚାରୀଙ୍କୁ ଦେଇଥିବା ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, “ଜେଏସପିର କର୍ମଚାରୀମାନେ ଆମ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଜୀଙ୍କ ଦ୍ୱାରା ପ୍ରସ୍ତୁତ ରାସ୍ତାକୁ ସଚ୍ଚୋଟତାର ସହ ଅନୁସରଣ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ସର୍ବଦା ପରିଶ୍ରମୀ ଏବଂ ସଚ୍ଚୋଟ ପଣିଆ ରହିଆସିଛନ୍ତି। ଆମର ପ୍ରିୟ ନବୀନ ଜିନ୍ଦଲ ଜୀଙ୍କ ଫିଟନେସ୍ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମର କର୍ମଚାରୀମାନେ ଯୋଗ ଏବଂ ଶାରୀରିକ ବ୍ୟାୟାମର ନିୟମିତ ଅଭ୍ୟାସ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସିଛନ୍ତି |”

Leave A Reply

Your email address will not be published.

18 + 7 =