ବିଞ୍ଝାରପୁର,୨୨.୬ (ନି.ପ୍ର.): ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଗବଡ଼ିହ ଗ୍ରାମରେ ଜନୈକା ନବବଧୂ ହତ୍ୟା ଘଟଣାରେ ବିଞ୍ଝାରପୁର ପୋଲିସ୍ ସ୍ୱାାମୀ ଓ ଶଶୁରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଗବଡ଼ିହ ଗ୍ରାମର ପର୍ଶୁରାମ ମହଲଙ୍କ ମଝିଆ ବୋହୁ ଜାମିଆ ଯେନା (୨୪)ଙ୍କୁ ତାଙ୍କ ସ୍ୱାମୀ , ଶାଶୁ , ପରିବାର ଲୋକ ଯୋଜନା ବଦ୍ଧ ଭାବେ ଶୁକ୍ରବାର ସଂନ୍ଧ୍ୟାରେ ବିଷ ପିଆଇ ହତ୍ୟା କରିଥିବା ଝାମିଆଙ୍କ ଭାଇ ଶଶିକାନ୍ତ ଯେନା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିଞ୍ଝାରପୁର ପୋଲିସ୍ ୧୬୯/୨୦ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ରାକେଶ ମହଲ ଓ ଶାଶୁଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଝରମିଆଙ୍କ ମୃତ ଦେହ ବ୍ୟବଚ୍ଛେଦ ହୋଇ ଗବଡ଼ିହ ଗ୍ରାମକୁ ଆସିଲା ପରେ ତାଙ୍କ ବାପ ଘର ଲୋକ ପହଂଚି ଉତ୍ୟକ୍ତ ହୋଇଥିଲେ । ଫଳରେ ଗବଡ଼ିହ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା । ଖବରପାଇ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେସ ଚନ୍ଦ୍ର ଘଡ଼ାଇ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ସକ୍ରାର କରାଇଥିଲୋ ପ୍ରକାଶ ଥାଉ କି ମଙ୍ଗଳପୁର ଥାନା ବିରିପଟା ପଂଚାୟତ ଅନ୍ତର୍ଗତ କଣିପାଳ ଗ୍ରାମର ରାମଚନ୍ଦ୍ର ଜେନାଙ୍କ ଝିଅ ଝାମିଆ ଯେନାଙ୍କୁ ୪ ମାସ ପୂର୍ବେ ବୈଦିକ ରୀତି ଅନୁଯାୟୀ ରାକେଶ ବିବାହ କରିଥିଲେ । ଅଧିକ ଯୈାତୁକ ଦାବିକରି ଶାଶୁଘର ଲୋକ ଝାମିଆଙ୍କୁ ଶାରୀରିକ ଓ ମାନସିକଯନ୍ତ୍ରଣା ଦେଉଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।