ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ ଵାଣିଜ୍ୟକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ । ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି । ସେହି ତାରିଖଗୁଡ଼ିକ ହେଲା ୧,୮,୨୫,୨୨ ଓ ୨୯ । ଏଥି ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡୁଛି । ତେଣୁ ଏହି ଦିନଗୁଡ଼ିକ ସ୍ୱାଭାବିକଭାବେ ବନ୍ଦ ରହିବ । ୩୦ ତାରିଖରେ କାର୍ତିକ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ଛୁଟି ରହିବ । ତେଣୁ ମାସ ଶେଷରେ ବ୍ୟାଙ୍କ ଶାଖାଗୁଡ଼ିକ ଲଗାତାର ଭାବେ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରହିବ । ଅନ୍ୟପକ୍ଷରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ୱରରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନଭେମ୍ବର ମାସର ପ୍ରତ୍ୟେକ ଶନିବାର ଛୁଟି ଘୋଷଣା କରିଛନ୍ତି । କିନ୍ତୁ ବ୍ୟାଙ୍କ ଗୁଡ଼ିକ ପାଇଁ ଏହା କାର୍ଯ୍ୟକାରୀ କରାଯାଇ ନଥିବାରୁ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖ।ଦେଇଛି ।