ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି

ବୌଦ୍ଧ: ବୌଦ୍ଧଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାନେଇ ଅଭିଯୋଗ ହୋଇଆସୁଅଛି । ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଅନେକ ଲୋକ ମୃତୁ୍ୟର ଶୀକାର ହୋଇସାରିଲେଣି । ଗ୍ରାମ୍ୟ ପାନୀୟଜଳଯୋଗାଣ ବିଭାଗ ପକ୍ଷରୁ ଅନେକ ନଳକୂପର ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବାପରେ ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇନଥିବା ଯୋଗୁଁ ନାଲିରଙ୍ଗର ଛକି ଦିଆଯାଇଛି । କିନ୍ତୁ ଲୋକଙ୍କ ପାଖରେ ପାନୀୟଜଳର ବିକଳ୍ପ ନଥିବାରୁ ସେହି ନଳକୁପ ଗୁଡିକର ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଜଣାଯାଇଛି । ଗୁରୁବାର ଏହିପରି ଏକ ଅଭିଯୋଗ ନେଇ ବୌଦ୍ଧବ୍ଲକ ଶଗଡା ପଂଚାୟତର ଝାଙ୍କରପଡା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତବାକ ଝାଙ୍କରପଡା ଗ୍ରାମବାସୀ ଏକବର୍ଷ ତଳେ ଗ୍ରାମର ନଳକୂପରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ଆଉ ଦୁଇଟି ନଳକୂପ ଖୋଳିବାକୁ ଜିଲ୍ଳାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏ ସଂପର୍କରେ ଗ୍ରାମ୍ୟପାନୀୟଜଳ ଯୋଗାଣ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଗ୍ରାମର ନଳକୂପରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନିଆଯିବା ପରେ ଏକବର୍ଷ ପର୍ଯ୍ୟନ୍ତ ଆଉ ବିଭାଗୀୟ କର୍ମଚାରୀଙ୍କ ଆଉ ଦେଖା ମିଳିନଥିଲା । ପାଣି ନମୁନାର ପରୀକ୍ଷା ରିପୋର୍ଟ ସଂପର୍କରେ ବ୍ଲକର ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ନଳକୂପର ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀମାନଙ୍କୁ କହିଥିଲେ । ଗ୍ରାମରେ ୫୦୦ ଲୋକଙ୍କ ପାଇଁ ମାତ୍ର ତିନୋଟି ନଳକୂପ ରହିଥିବାବେଳେ ସେଥିରୁ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଆଉ ଦୁଇଗୋଟି ନଳକୂପ ଖୋଳାଇଦେବାକୁ ଗ୍ରାମବାସୀମାନେ ନିବେଦନ କରିଥିଲେ । କିନ୍ତୁ ଅଭିଯୋଗ କରିବାର ଏକବର୍ଷ ପରେ ମଧ୍ୟ ଗ୍ରାମରେ ନଳକୂପ ଖୋଳାଯାଇନଥିବାବେଳେ ଗ୍ରାମବାସୀମାନଙ୍କୁ ପାନୀୟଜଳ ପାଇଁ ପ୍ରାୟ ତିନି କିଲୋମିଟର ଯିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାରେ ତିନୋଟିଯାକ ବ୍ଲକର ପ୍ରତି ପରିବାରକୁ ମହାନଦୀରୁ ପାନୀୟଜଳ ଯୋଗାଇଦେବାକୁ ସରକାର ଅନୁଦାନ ଯୋଗାଇଦେଇଥିବାବେଳେ ବୌଦ୍ଧ ଓ କଂଟାମାଳ ବ୍ଳକରେ ଏଲଏଣ୍ଡଟି ସଂସ୍ଥା ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଳୁଅଛି । ତେଣୁ ବିଭାଗ ପକ୍ଷରୁ ଆଉ ନୂତନ ନଳକୂପ ଖୋଳାଇବା ଦିଗରେ ଆଗ୍ରହ ପ୍ରକାଶ କରାଯାଉନଥିବା ଜଣାଯାଇଛି । କିନ୍ତୁ ଗ୍ରାମରେ ବ୍ୟବହାର ଉପଯୋଗୀ ନଳକୂପ ନରହିଲେ ପାନୀୟଜଳ ପାଇଁ ଆଉ କେତେଦିନ କଷ୍ଟ ଭୋଗ କରିବୁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆଗକୁ ଗ୍ରୀଷ୍ମଦିନ ଆସୁଥିବାବେଳେ ପାନୀୟଜଳ ପାଇଁ ଗ୍ରାମବାସୀମାନେ ଆଶଙ୍କାରେ ରହିଛନ୍ତି । ତେଣୁ ଆସନ୍ତା ୭ଦିନ ମଧ୍ୟରେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆଇନ ହାତକୁ ନେଇ ଜାତୀୟ ରାଜପଥ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି । ରଘୁନାଥ ପଲିଆଙ୍କ ନେତୃତ୍ୱରେ ଯୁବକଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ସମେତ ଝାଙ୍କରପଡା ଗ୍ରାମବାସୀମାନେ ବୌଦ୍ଧ ଆସି ଗ୍ରାମ୍ୟ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କୁ ଦାବିପତ୍ର ପ୍ରଦାନ ସହ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ । ପରେ ଗ୍ରାମବାସୀମାନେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ମଧ୍ୟ ସାକ୍ଷାତ କରି ଅଭିଯୋଗ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

4 + 19 =