ନାଗାବଳୀ ନଦୀରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ

ରାୟଗଡା: ରାୟଗଡା ଜିଲ୍ଲାରେ ବାଲି ମାଫିଆମାନେ ସକ୍ରିୟ ହୋଇଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ବାଲି ଘାଟରୁ ଦୈନିକ ଶହ ଶହ ସଂଖ୍ୟକ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ୨ ଦିନ ତଳେ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ ବେଆଇନ ଭାବେ ବାଲି ଖନନ କରାଯାଇ ଚଢା ଦରରେ ଆନ୍ଧ୍ରରେ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଥିଲା । ଓଡିଶା ବାଲିରେ ଆନ୍ଧ୍ର ଲାଭାବନ ହେଉଥିବା ବେଳେ ଓଡିଶାକୁ ରାଜସ୍ୱ କ୍ୱିଚିତ ପରିମାଣରେ ଆସୁଛି । ଗ୍ରାମବାସୀ ମାନେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଅବୈଧ ଭାବରେ ଆନ୍ଧ୍ରାକୁ ଚାଲାଣ ହେଉଥିବା ରୋକିବା ପାଇଁ ନିବେଦନ କରିଥିଲେ । ଜିଲ୍ଲାରେ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ଚାନ୍ଦିଲି ଥାନା ଡିଏସପି ତଥା ଥାନା ଅଧିକାରୀ ଅରୁପ ଅଭିସେଖ୍ ବେହେରାଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଖାଦାନ ଉପରେ ଚଢଉ କରାଯାଇଥିଲା । ଘଟଣା ସ୍ଥଳରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ରାସ୍ତାରେ ଥିବା ଗୋଟିଏ ଟ୍ରାକ୍ଟରକୁ ପୋଲିସ ଜବତ କରିଥିଲା । ବାଲି ଉଠାଣ ସ୍ଥାନରୁ ପୋଲିସ ୫ଟି ଖାଲି ଟ୍ରାକ୍ଟର ଜବତ କରି ୪ଟି ଟ୍ରାକ୍ଟର ଥେରୁବାଲି ଫାଣ୍ଡି ଅଧିକାରୀ କୁନି ଶବରଙ୍କୁ ଦିଆଯାଇଥିଲା । ପୋଲିସର ଅତର୍କିତ ଚଢଉକୁ ଦେଖି ମାରିଗୁଡା ନଦୀ ତଟରେ ଥିବା ୪ଟି ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ କୋଲନରା ତହସିଲଦାରଙ୍କୁ ଯୋଗେଯାଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତହସିଲଦାର ଫୋନ ଉଠାଇନଥିଲେ ।

Leave A Reply

Your email address will not be published.

four + 20 =