ଯାଜପୁର : ନାବାର୍ଡ ସହାୟତାରେ ସହେଲୀ ଦ୍ୱାରା ଯାଜପୁର ବ୍ଲକର ସୁଜନପୁର ପଂଚାୟତରେ ରୁଦ୍ର ଚରଣ ହାଇସ୍କୁଲ ପ୍ରାଙ୍ଗଣରେ ଏସ୍ଏଚ୍ଜି ସଭାପତି ଏବଂ ସମ୍ପାଦିକା ମାନଙ୍କର ଏକ ଦିନିକିଆ ତୃଣମୂଳ ସ୍ତରୀୟ ପ୍ରସିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନାବାର୍ଡର ଜିଲ୍ଲା ବିକାଶ ପ୍ରବନ୍ଧକ ଶ୍ରୀଯୁକ୍ତ ସୁବ୍ରତ କୁମାର ସାହୁ, ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଧଶକ ସୂର୍ଯ୍ୟମଣି ମହାରଣା, ବ୍ଲକ୍ କୃଷି ଅଫିସର ବିରଂଚି ନାରାୟଣ ମହାନ୍ତି, ଓଜିବି ମ୍ୟାନେଜର, ସୁଜନପୁର ବିପିନ୍ କୁମାର ସାହୁ, ଓଏଲ୍ଏମ୍ର ମନସ୍ୱିନୀ ସାଇ ପାଢି ଏବଂ ସ୍ରମିଷ୍ଠା ପାଣି, ସହେଲୀର ସମ୍ପାଦିକା ବିଷ୍ଣୁଚରଣ ଯେନା, ଯାଜପୁର ବ୍ଲକର ବରୀ ଏମଏଲଏଙ୍କ ପ୍ରତିନିଧି ଗଣେଶ ମହାକୁଡ, ସହେଲିର ପ୍ରସିକ୍ଷଣ ସରସ୍ୱତୀ ବଳ, ନାବାର୍ଡର ଡିଡିଏମ୍ ଏସ୍ଏଚ୍ଜିର ପରିଚାଳନା ସମ୍ବନ୍ଧୀୟ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଧଶକ ଏସ୍ଏଚଜି ମାନଙ୍କ ପାଇଁ ଓଡ଼ିଶା ସରକାରଙ୍କର କଣ ସବୁ ସ୍ମିମ୍ ଆଉ ସୁବିଧା ଅଛି ତାହା ଆଲୋଚନା କରିଥିଲେ । ଓଏଲଏମ୍ର ମାଡାମ ଏସ୍ଏଚ୍ଜି କିପରି ଲୋକେ ପାଇପାରିବେ ଏବଂ କ୍ୟାସ୍ବୁକ୍ କିପରି ଲେଖା ହେବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ଓଜିବିର ମ୍ୟାନେଜର ଏସ୍ଏଚ୍ଜି ଯେଉଁ ନିୟମ ପାଳନ କଲେ ସୁଧ ଛାଡ ପାଇପାରିବେ ସେ ବିଷୟରେ ବିସ୍ତୃତଭାବେ ବୁଝାଇଥିଲେ । ଏହି ଶିବିରରେ କୋଭିଡ-୧୯ର ସମସ୍ତ ନିୟମ ପାଳନ ପୂର୍ବକ ୮୦ଟି ଏସ୍ଏଚ୍ଜିର ୧୬୦ ଜଣ ପ୍ରତିନିଧି ଯୋଗଦେଇଥିଲେ । ସହେଲୀର କର୍ମୀ ମୌସୁମି ମହାନ୍ତି ଏବଂ ପ୍ରିୟତମା ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।