ନାବାଳକ ହତ୍ୟା ଘଟଣାରେ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ମାଲାକାନଗିରି ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ଗତ ୪ ତାରିଖରେ ହୋଇଥିବା ନାବାଳକ ହତ୍ୟା ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ନିରଞ୍ଜନ ପଟ୍ଟନାକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ ମାଲାକାନଗିରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ଅଧ୍ୟକ୍ଷ ରହିଥିବା ବେଳେ ସର୍ବଶ୍ରୀ ରାମପ୍ରସାଦ ପଟ୍ଟନାୟକ, ମାଲା ମାଢ଼ୀ, ଲକ୍ଷ୍ମୀପ୍ରିୟା ନାଏକ, ଭୀମ ବାର୍ସେ, ଇର୍ମା ପୋଡ଼ିଆମି, ଜି.ଶ୍ରୀନିବାସ ରାଓ, କମଳା ବରାଳ, ଦଶରଥ ପୋଡ଼ିଆମି ଓ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷା ବେଲାନ୍ତି ଗୋପାଳ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଏହି କମିଟି ଆସନ୍ତା ୧୪ ତାରିଖ ରବିବାର ଦିନ ଘଟଣାସ୍ଥଳ ଗସ୍ତକରି ତଥ୍ୟ ଅନୁଧ୍ୟାନ କରିବେ ଓ ୭ ଦିନ ମଧ୍ୟରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

1 + three =