ନାବାଳିକା ଅପହରଣାକରୀ କୋର୍ଟ ଚାଲାଣ

ବାଲିକୁଦା: ବାଲିକୁଦା ଥାନା ଅଂଚଳ ସଂଗ୍ରାମପୁର ପଞ୍ଚାୟତ ଏକ ଗାଁରୁ ଗତ ୧୯ ତାରିଖରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ଚନ୍ଦନ ଭୋଇ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିକୁଦା ପୁଲିସ । ଅଭିଯୁକ୍ତର ଘର ନାଉଗାଁ ଥାନା ବେଣାପଡା ଗାଁରେ ବୋଲି ଜଣା ପଡିଛି । ଅନ୍ୟ ପକ୍ଷରେ ଉଦ୍ଧାର ନାବାଳିକାର ବୟାନ ରେକର୍ଡ ମଧ୍ୟ କରାଯାଇଛି । ଏ ନେଇ ବାଲିକୁଦା ଥାନାରେ ୧୫୪/୨୦ରେ ମାମଲା ରୁଜୁ କରାଯାଇଛି । ସୂଚନା ଥାଉକି ବାଲିକୁଦା ଥାନା ସଂଗ୍ରାମପୁର ପଞ୍ଚାୟତ ଅଧୀନ ଏକ ଗାଁରୁ ଗତ ୧୯ ତାରୀଖରେ ଏହି ନାବାଳିକାଙ୍କୁ ଅହରଣକାରୀ ଅପହରଣ କରି ନେଇଥିଲେ । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହିତ ନାବାଳିକାକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଘଟଣାର ପରଦିନ ଅର୍ଥାତ ୨୦ ତାରିଖରେ ନାଉଗାଁ ଥାନା ଅଧୀନ ଏକ ଗାଁରେ ସେମାନେ ରହିଥିବା ଜାଣି ପୁଲିସ ଉକ୍ତ ଗାଁର ଏକ ନିର୍ଦ୍ଧିଷ୍ଟ ଘର ଉପରେ ଚଢଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ଯୁବକକୁ କାବୁ କରି ଥାନାକୁ ଆଣିଥିଲା ।

Leave A Reply

Your email address will not be published.

11 + fifteen =