କଟକ: ବହୁ ଚର୍ଚ୍ଚିତ ଧର୍ମଶାହା ନାବାଳିକା ଦୁଷ୍କର୍ମ ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ପୋକୋ୍ସ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୨୦ ବର୍ଷ ଜେଲ୍ ଦଣ୍ଡା ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା ଲାଗି ନିଜ ମାଉସୀ ଘର ଧର୍ମଶାଳା ଅଞ୍ଚଳକୁ ଯାଇଥିଲେ । ନାବାଳିକାଜଣକ ସେଠି ରହିବା ସମୟରେ ଉକ୍ତ ମାସ ୨୧ ତାରିଖରେ ଅଭିଯୁକ୍ତ କରୁଣାକର କାଣ୍ଡି ଘରେ କେହି ନଥିବାରୁ ସୁଯୋଗ ନେଇ ତାଙ୍କୁ ବଳତ୍କାର କରିଥିଲେ । ଏହା ପରଦିନ ନାବାଳିକାଙ୍କୁ ତାଙ୍କ ମାଉସୀ ନିଶ୍ଚିନ୍ତକୋଇଲିସ୍ଥିତ ତାଙ୍କ ଘରେ ଛାଡି ଦେଇଯାଇଥିଲେ । ଏହା ପରେ କିନ୍ତୁ ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ଏନେଇ ସନେ୍ଦହ ହେବାରୁ ପରିବାର ଲୋକେ ଝିଅଠାରୁ ସମସ୍ତ ବିଷୟ ପଚାରି ବୁଝିଲେ । ଏହାପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ବିଭିନ୍ନ ପାରିପାର୍ଶିକ ପ୍ରମାଣ, ସାକ୍ଷୀ, ବୟାନ ଏବଂ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଦାଲତ୍ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ଦେବା ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।