ନାଲକୋ ଅଞ୍ଚଳରେ କରୋନା ପାଇଁ ଦାୟୀ କିଏ?

ବଅଁରପାଳ: ଅନୁଗୁଳ ଜିଲ୍ଲା ଏକ ଶିଳ୍ପସମୃଦ୍ଧ ଜିଳ୍ଲାରେ ଅନେକ କଳକାରଖାନା ପ୍ରସ୍ତୁତ ହୋଇଛି । ସେହି କାରଖାନା ଗୁଡିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଆସି ଚାକିରି କରୁଛନ୍ତି । କମ୍ପାନୀ ତରଫରୁ ସେମାନଙ୍କ ରହିବା ପାଇଁ କ୍ୱାଟର ଯୋଗାଇ ଦିଆଯାଇଛି । ସେହିପରି ନାଲକୋ କମ୍ପାନୀ ତରଫରୁ କର୍ମଚରୀମାନଙ୍କୁ ରହିବା ପାଇଁ କ୍ୱାଟର ଯୋଗାଇ ଦିଆଯାଇଛ । ସେମାନଙ୍କ ଧନ ଜୀବନ ସୁରକ୍ଷା ପାଇଁ ଚବିଶ ଘଂଟା ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ସେଥି ନିମନ୍ତେ ନାଲକୋ କମ୍ପାନୀ କୋଟି କୋଟି ଟଙ୍କା ବ୍ୟୟ କରୁଛି । ନାଲକୋ କଲୋନୀର ପ୍ରତ୍ୟେକ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସିସିଟିଭି ଖଞ୍ଜାଯାଇଛି । ଏପରିକି କୌଣସି କର୍ମଚାରୀ ଛୁଟିନେଇ ବାହାରକୁ ଯାଆନ୍ତି ସେମାନେ ଇଷ୍ଟେଟ ଓ ସିକ୍ୟୁରିଟି କାର୍ଯା୍ୟଳୟରେ ସୁଚନା ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ପୁଣି ଯୋଉଁ ଦିନ ବାହାରୁ ଫେରିଆସନ୍ତି ଇଷ୍ଟେଟ ଓ ସିକ୍ୟୁରିଟି କାର୍ଯ୍ୟାଳୟରେ ଜଣାନ୍ତି । କରୋନା ମହାମାରୀ ଯୋଗୁ ସରକାରଙ୍କ ଆଦେଶକୁ ପାଳନ କରିବାକୁ ଯାଇ ନାଲକୋ କଲୋନି ରେ କଡା କଟକଣା ଜାରି କରାଯାଇଛି । ଯେକୌଣସି କର୍ମଚାରୀ କିମ୍ବା ତାଙ୍କ ସମ୍ପର୍କୀୟ ବାହାରୁ ଆସିଲେ କଲୋନୀ ରେ ଥିବା କ୍ୱାରେନଟାଇନ ସେଂଟରରେ ରଖାଯିବାର ବ୍ୟବସ୍ଥା ରହିଛି । ଏଥି ସହ ସେମାନଙ୍କ ଗସ୍ତ ବିବରଣୀ ରଖାଯିବାକୁ ଇଷ୍ଟେଟ କାର୍ଯ୍ୟାଳୟ ତରଫରୁ ସରକୁଲାର ଯାରି କରାଯାଇଛି । ଏତେ ସୁବିଧା ଥାଉ ଥାଉ ବ୍ରହ୍ମପୁର ଭଳି ଡେଞ୍ଜର ଜୋନରୁ ଫେରିଥିବା ନାଳକୋର କରୋନା ଅକ୍ରାନ୍ତ ମୃତ ଡିଜିଏମ କ୍ୱାରେନଟାନ ସେଂଟରରେ ରଖାଗଲା ନାହିଁ କାହିଁକି? ନାଲକୋର ଇଷ୍ଟେଟ ବିଭାଗ, ପ୍ରଶାସନିକ ବିଭାଗ ଓ ସିକ୍ୟୁରିଟି ସଂସ୍ଥାର ଅଧିକାରୀମାନେ କଣ କଣୁଥିଲେ?

Leave A Reply

Your email address will not be published.

two − two =