ନାଲକୋ ଥାନା ଅଞ୍ଚଳରେ ନିୟମ ମାନୁନାହାନ୍ତି ଢାବା ମାଲିକ

ବଅଁରପାଳ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ଦେଶ ଲଢୁଛି । ମହାକାରୀ କରୋନା ସଂକ୍ରମଣ ଦାଉରୁ ନାଗରିକମାନଙ୍କୁ ସୁରକ୍ଷୀତ ରଖିବା ପାଇଁ ଅନେକ ଗୁଡିଏ ନିୟମ ସରକାର ଲାଗୁ କରିଉନ୍ତି । ସେହି ନିୟମ ଗୁଡିକୁ କଡାକଡି ଲାକଗ କରିବା ପାଇଁ ନିର୍ଦେଶ ନାମା ଜାରୀ କରିଛି । ଏହି ନିୟମ ଗୁଡିକୁ ଯେଉଁମାନେ ଖିଲାପ କରୁଛନ୍ତି ସେମାନଙ୍କଠାରୁ ଯୋରିମାନା ଆଦାୟ ସହ ଦଣ୍ଡ ବିଧାନ କରିବାକୁ କୁହାଯାଇଛି । ଏହି ପରି ବ୍ୟତିକ୍ରମ ନାଲକୋ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ନାଲକୋ ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଢାବା ଗୁଡିକ ଏସବୁ ନିୟମକୁ ଖୋଲା ଖୋଲି ଭାବେ ଉଲଘଂନ କରୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ହୋଟେଲ ଓ ଢାବା ଗୁଡିକ ଖାଦ୍ୟ ପାର୍ସଲ ଦେବେ । କୌଣସି ଗ୍ରାହକକୁ ବସାଇ ଖାଇବାକୁ ଦେବେ ନାହିଁ । ମୁହଁରେ ମାସ୍କ ଓ ଗ୍ଲୋଭସ୍ ବ୍ୟବହାର କରିବେ, ସାମାଜିକ ଦୁରତା ରକ୍ଷା କରିବେ, କିନ୍ତୁ ଏହି ନିୟମ ଗୁଡିକୁ ଉଳଘଂନ କରାଯାୟୀ ଢାବା, ହୋଟେଲ ଗୁଡିକରେ ବସାଇ ଖାଇବାକୁ ଦେବାସହ ଚୋରା ଦେଶୀ ମଦ ବିକ୍ରୟ କରାଯାଉଛି । ମୁହଁରେ ମାସ୍କ କିମ୍ବା ଗ୍ଳୋଭସ ବ୍ୟବହାର କରାଯାଉନାହିଁ, ସାମାଜିକ ଦୁରତା ରକ୍ଷା କରାଯାଉନାହିଁ । ବେଧଡକ ନିଜର ବ୍ୟବସାୟ କରୁଛନ୍ତି, ସ୍ଥାନୀୟ ପୋଲିସ କତୃପକ୍ଷଙ୍କ ପାଖରେ ଏସବୁ ଖବର ଥିଲେ ମଧ୍ୟ ଆଇନ ଉଲଘଂନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସରଧାରଣ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

eleven + ten =