ନିର୍ବନ୍ଧ ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ଯୁବତୀ ଜଣକ ବୁର୍ଲା ସହରର ଗୌଡପାଲି ଗ୍ରାମର ଭୀମସେନ ମେହେରଙ୍କ ଝିଅ ଲିଜା ମେହେର (୨୫) ବୋଲି ଜଣାପଡିଛି । ତେବେ ଲିଜାଙ୍କ ମୃତଦହେକୁ ତାଙ୍କ ଘରୁ ପୋଲିସ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଏହାପରେ ଶବର ପଂଚନାମା କରି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ଲିଜାଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିଛିଦିନ ମଧ୍ୟରେ ତାଙ୍କର ନିର୍ବନ୍ଧ ହେବାର ଥିଲା । ତେବେ କୌଣସି କାରଣକୁ ନେଇ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାକୁ ନେଇ ଲିଜା ଚିନ୍ତାଗ୍ରସ୍ତ ହୋଇ ଅବସାଦ ଗ୍ରସ୍ତ ହୋଇ ରହିଥିଲେ । ଦିନ ପ୍ରାୟ ୧୧ଟା ସମୟରେ ଲିଜା ଏକୁଟିଆ ଘରେ ରହିଥିବା ବେଳେ ପରିବାର ଲୋକେ ଦୋକାନକୁ ଯାଇଥିଲେ । ଘରେ ଲିଜା ଏକୁଟିଆ ରହିବା ପରେ ସେ ନିଜ ଜୀବନକୁ ହାରି ଦେବାକୁ ନିଷ୍ପତି ନେଇଥିଲେ । ଘରଭିତରେ ବେକରେ ଦଉଡି ଦେଇ ଲିଜା ଆତ୍ମହତ୍ୟା କରି ଦେଇଥିଲେ । ତେବେ କିଛି ସମୟ ପରେ ପରିବାର ଲୋକେ ଘରକୁ ଆସି ଦେଖିବା ବେଳକୁ ଲିଜାଙ୍କ ମୃତୁ୍ୟ ହୋଇଯାଇଥିବା ଏବଂ ସେ ଦଉଡିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ବୁର୍ଲା ପୋଲିସ ଘଟଣା ସ୍ଥାଳରେ ପହଂଚି କରିଥିଲା । ତେବେ କିଛିଦିନ ପୂର୍ବରୁ ଲିଜା ଆଉଥରେ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ସୁତ୍ରରୁ ଜଣାପଡିଛି ଏପରିକି ଅନେକ ଦିନ ସେ ଏକ ଘରୋଇ ମେଡିକାଲରେ ଭର୍ତି ହୋଇ ଚିକିସôିତ ପରିବାର ବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

3 + 15 =