ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୦-୧୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍ ରହିଥିଲା । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଓଡିଶାର ରାଜ୍ୟ ସଭା ସଦସ୍ୟ ଡଃ ଅମର ପଟ୍ଟନାୟକ ନିର୍ମାଣ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇ ଭାରତ ସରକାରଙ୍କ ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମ୍ବନ୍ଧରେ ଡଃ ପଟ୍ଟନାୟକ କହିଲେ, ‘ଏହି ସବୁ ଶିଳ୍ପ କ୍ଷେତ୍ରକୁ ପୁନଃଜୀବିତ କରିବାକୁ ହେଲେ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କଲି । ଏହି ପ୍ରସ୍ତାବରେ ଆରବିଆଇର ଓଭରଡିଉକୁ ୬୦ଦିନ, ରିପେମେନ୍ଟର ସମୟ ୩-୪ବର୍ଷ ବଢାଇବା, କର ହାର ୭%କୁ କମାଇବା, ୱାର୍କ ଫୋର୍ସ ସପୋର୍ଟ ଫଣ୍ଡ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ଭିନ୍ନ ମନ୍ତ୍ରାଳୟ ଗଠନ କରିବା, ସମସ୍ତ ଶିଳ୍ପ କ୍ଷେତ୍ରରେ ଏନ୍ଓସି/ସରକାରୀ ଅନୁମୋଦନ ପ୍ରକ୍ରିୟାକୁ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଇତ୍ୟାଦି କଥା ଉଲ୍ଲେଖ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାର୍ଲାମେନ୍ଟର ଚଳିତ ଅଧିବେଶନ ପୂର୍ବରୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ କାନ୍ତିଲାଲ ପଟେଲ, ଇଂ ଉମେଶ ପଟ୍ଟନାୟକ ଓ ସୁଭାଷ ଭୋଇ ଡଃ ପଟ୍ଟନାୟକଙ୍କୁ ସାକ୍ଷାତ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରର ସମସ୍ତ ଅସୁବିଧା ସମ୍ବନ୍ଧରେ ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ପାଖରେ ଏହି ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନା କରିବା ନିମନ୍ତେ ଅନୁରୋଧ କରିଥିଲେ । କ୍ରେଡାଇ ଭୁବନେଶ୍ୱର ସଭାପତି କାନ୍ତିଲାଲ ପଟେଲ କହିଲେ, ବର୍ତମାନର ଜିଡିପିକୁ ଲକ୍ଷ୍ୟ କଲେ କୋଭିଡ୍-୧୯ ମହାମାରୀ ଦେଶର ସମସ୍ତ ଶିଳ୍ପ କ୍ଷେତ୍ରରେ କେତେ ପରିମାଣର କ୍ଷତି କରିବା ସହ ସରକାରଙ୍କ ରେଭିନୁ୍ୟରେ କେତେ ହ୍ରାସ ପାଇଛି ତାହା ଜଣାପଡୁଛି । ଏହା ସହ ଜନସାଧାରଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇଛି । କେନ୍ଦ୍ର ସରକାର ଏମ୍ଏସ୍ଏମ୍ଇ/ଏସ୍ଏମ୍ଇ କ୍ଷେତ୍୍ରକୁ ବଂଚାଇ ରଖିବା ନିମନ୍ତେ ଆର୍ଥିକ ସହାୟତା ପ୍ୟାକେଜର ଘୋଷଣା କରିଛନ୍ତି କିନ୍ତୁ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ । କାରଣ ଏଥିରେ ଅନେକ କ୍ଷତିଗ୍ରସ୍ତ ଶିଳ୍ପକ୍ଷେତ୍ର ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ । ରିୟଲ ଇଷ୍ଟେଟ୍ ପରି ମହତ୍ୱପୂର୍ଣ୍ଣ କ୍ଷେତ୍ର ଅର୍ଥର ଅଭାବ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ପଛେଇ ଯାଇଛି । ତେଣୁ ଆମେ ଡଃ ପଟ୍ଟନାୟକଙ୍କୁ ଆମର ଏହି ସମସ୍ୟାକୁ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲୁ । ଆଜି ଡଃ ପଟ୍ଟନାୟକଙ୍କୁ ଏହି ପଦକ୍ଷେପ ନିମନ୍ତେ ଆମେ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛୁ । ବର୍ତମାନ ଆମ ସମସ୍ତଙ୍କୁ ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଆମକୁ ଏହି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ କିଛି ନୂତନ ଧରଣର ଉପାୟ ଚିନ୍ତା କରିବାକୁ ପଡିବ । ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରିଛି ଯେ ପ୍ରସ୍ତାବ ସବୁକୁ ଗ୍ରହଣ କରି ଏହି ସମସ୍ତ ଶିଳ୍ପ କ୍ଷେତ୍ରକୁ ପୁନଃ ଜୀବିତ କରିବା ସହ ଅତି ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପଦକ୍ଷେପମାନ ଗ୍ରହଣ କରିବେ ବୋଲି କହିଲେ, ଡଃ ପଟ୍ଟନାୟକ ।

Leave A Reply

Your email address will not be published.

5 × four =