ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବାହାଲି ଗା୍ରମରେ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡୋଗୋଳ ହୋଇ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ବାହାଲି ଗା୍ରମର ଅଭୟ ଜନୀ (୩୪) ଆଦିବାସୀ ସଂପ୍ରଦାୟର ଅଟନ୍ତି । ସେହିପରି ଗା୍ରମର ଗଣେଶ ବଘାର (୨୬) ହରିଜନ ସଂପ୍ରଦାୟର ଅଟନ୍ତି । କୁଆଡେ ଅଭୟ ଜାନୀ ନିଶାଗ୍ରସ୍ତ ହେଲେ ହରିଜନ ସଂପୟଦାୟର ଲୋକଙ୍କୁ ଗାଳି ମନ୍ଦ କରି ଆସୁଥିଲା । ଗତ ଶିନିବାର ଦିନ ରାତି ପାୟ ୮ ଟା ବେଳେ ପୁର୍ନବାର ଅଭୟ ଗାଳିମନ୍ଦ କରିଥିଲା । ଗାଳି ମନ୍ଦ କରିବା ପରେ ଗଣେଶ ଏହାକୁ ବିରୋଧ କରିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କୁଆଡେ ଅଭୟ ତୋତେ ମାରିଦେବି କହି ଘରୁ ଏକ ଦେଶି ବନ୍ଧୁକ ଛଲରା ଦ୍ୱାରା ଗଣେଶ ଉପରକୂ ମାରିଥିଲା । ଫଳରେ ଗଣେଶର ଛାତି, ଦେହ ସାରା ଗୁଳି ମାଡ ହୋଈଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକ ବୌଦ୍ଧ ମେଡିକାଲକୁ ଅ୍ରାଣିଥିଲେ । ରିବିବାର ଦିନ ଗଣେଶ ଗୁରୁତର ହେବାରୁ ତାକୁ ବୁର୍ଲା ମେଡିକାଲୁ ପଠାଯାଇଛି । ଏନେଇ ରିବିବାର ଦିନ ଗଣେଶର ଭାଇ ବଚନ ବଘାର ପୁରୁଣାକଟକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନା କେସ ନଂ ୧୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅଭିଯୁକ୍ତ ଅଭୟ ଫେରାର ଥିବା ଜଣାପଡିଛି ।