ନୀଳକଣ୍ଠେଶ୍ୱର ମହାଦେବଙ୍କ ହୁଣ୍ଡି ଚୋରି

ବାଲିକୁଦା:ଗତ ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ଅଢଙ୍ଗା ପଂଚାୟତର ଖାଲେରୀ ଠାରେ ଥିବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ହୁଣ୍ଡିକୁ କେହି ଦୂର୍ବୁତ ଉଠାଇ ନେଇଯାଇଥିବା ଜଣା ପଡିଛି । ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କର ଏକ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ସେଥି ପାଇଁ ସାହାଯ୍ୟଭୀକ୍ଷା ନିମନ୍ତେ ଏକ ହୁଣ୍ଡି ମନ୍ଦିରରେ ରଖା ଯାଇଛି ।
ସେଥିରେ ଭକ୍ତ ମାନେ ଦାନ ଦେଇଥାନ୍ତିା ଏଥିରେ ପ୍ରାୟ ୫ ହଜାରରୁ ବେଶୀ ଟଙ୍କା ଓ ଭକ୍ତ ମାନେ ଦାନ କରିଥିବା ସୁନା ପଦକ ଏବଂ ଚାନ୍ଦି ଗହଣା ଆଦି ଥିଲା ବୋଲି ଅଭିଯୋଗରେ ଦର୍ଶା ଯାଇଛି ।

Leave A Reply

Your email address will not be published.

18 − 12 =